Advertisment

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ରାମଲାଲାଙ୍କ ନବନିର୍ମିତ ବିଗ୍ରହ

ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।

Ram Mandir

Ram Mandir

Advertisment

ଅଯୋଧ୍ୟା ମନ୍ଦିର ପରିସରରେ ପ୍ରବେଶ କଲେ ରାମଲାଲା। ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି। କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ମନ୍ଦିର ପରିସରକୁ ନିଆଯାଇଛି। କଡ଼ା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ନିଆଯାଇଛି । ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ। ଆଜି ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଏହାର ମନ୍ଦିର ପ୍ରବେଶ ହେବ ।

Advertisment

ସେପଟେ ଆଜି ଦିନବେଳା ରାମଲାଲାଙ୍କ ଏକ ସୁସଜ୍ଜିତ ରୌପ୍ୟ ବିଗ୍ରହକୁ ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇଥିଲା । ରାମଲାଲାଙ୍କ ପଥର ପ୍ରତିମା ଖୁବ୍ ଓଜନିଆ ହୋଇଥିବାରୁ, ଏହି ରୂପାରେ ତିଆରି ମୂର୍ତ୍ତିକୁ ଚଳନ୍ତି ବିଗ୍ରହ ଭାବେ ଅନୁଷ୍ଠାନରେ ପୂଜାର୍ଚ୍ଚନା କରାଯିବ ।

Advertisment
India Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ