Advertisment

ରାମଲାଲାଙ୍କୁ ଦାନ କଲେ ୧୧ କୋଟିର ହୀରା ମୁକୁଟ

ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି।

ଅଦ୍ୟତନ ହୋଇଛି
ayodhya ram lalla gifts

Diamod Crown for Ramlalla

Advertisment

ଭାରତ ପାଇଁ ଜାନୁଆରୀ ୨୨ ଥିଲା ଏକ ଐତିହାସିକ ଦିନ। ୫୦୦ ବର୍ଷ ପରେ ନିଜ ଜନ୍ମସ୍ଥାନକୁ ଫେରିଛନ୍ତି ପ୍ରଭୁ ଶ୍ରୀରାମ। ଗତକାଲି ଭବ୍ୟ ଓ ଦିବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ତେବେ ସାରା ବିଶ୍ୱରୁ କିଛି ନା କିଛି ଉପହାର ପ୍ରଭୁ ରାମଲାଲାଙ୍କ ପାଇଁ ପଠାଇଛନ୍ତି ରାମଭକ୍ତ। ଏହି କ୍ରମରେ ରାମଲାଲାଙ୍କୁ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି ଜଣେ ରାମଭକ୍ତ। ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି। ସୁନାରେ ତିଆରି ଏହି ମୁକୁଟରେ ହୀରା ଖଚିତ ହୋଇଛି। ମୁକୁଟର ଓଜନ ୬ କିଲୋଗ୍ରାମ ରହିଛି । ଏଥିରେ ସାଢେ ୪ କିଲୋଗ୍ରାମ ସୁନା ବ୍ୟବହାର ହୋଇଛି। ମୁକୁଟରେ ଛୋଟ ଏବଂ ବଡ଼ ଧରଣର ହୀରା, ମାଣିକ, ମୋତି ଏବଂ ନୀଲମ ରତ୍ନ ଖଞ୍ଜାଯାଇଛି। ଏହି ମୁକୁଟ ରାମଲାଲାଙ୍କ ମସ୍ତକରେ ଶୋଭାପାଇବ ବୋଲି ସୂଚନା ରହିଛି ।

Advertisment

ରାମଲାଲାଙ୍କ ପାଇଁ ଦାନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ମୁକେଶ ତୃତୀୟ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ସୁରତର ହୀରା ବ୍ୟବସାୟୀ ଦିଲୀପ କୁମାର ଅଯୋଧ୍ୟା ଶ୍ରୀ ରାମ ମନ୍ଦିରକୁ ୧୦୧ କିଲୋଗ୍ରାମ ସୁନା ଦାନ କରିଥିଲେ। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ହେବ। ଏହି ସୁନାରେ ମନ୍ଦିରର ଦ୍ୱାରରେ ସୁନା ଛାଉଣୀ କରାଯାଇଛି।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ