Advertisment

Video: କାଲିଠୁ ଚୈତ୍ର ନବରାତ୍ରୀ; ସୁନା-ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ରାମ ଲାଲା...

ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି ।

ଅଦ୍ୟତନ ହୋଇଛି
Ram Lalla

Ram Lalla

Advertisment

ଆସନ୍ତାକାଲି ଠାରୁ ଚୈତ୍ର ନବରାତ୍ରୀ । ଚଳିତ ବର୍ଷ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଛି ପବିତ୍ର ଚୈତ୍ର ନବରାତ୍ରୀ । ଏହି ନଅ ଦିନ ପର୍ଯ୍ୟନ୍ତ ଅଧିକାଂଶ ଲୋକମାନେ ମା’ ଦୁର୍ଗାଙ୍କ ଉଦ୍ଦେଶ୍ୟରେ ପରିବାରର ସୁଖ, ଶାନ୍ତି, ସମୃଦ୍ଧି, ନିରୋଗ ସ୍ୱାସ୍ଥ୍ୟ ଏବଂ ଜୀବନରେ ପ୍ରଗତି କାମନା କରି ବ୍ରତ, ଉପବାସ ରଖିଥାନ୍ତି । ଏହି ଚୈତ୍ର ନବରାତ୍ରୀ ଏପ୍ରିଲ ୧୭ରେ ଶେଷ ହେଉଛି । ଏହି ନଅ ଦିବସୀୟ ପର୍ବ ପାଇଁ ଅଯୋଧ୍ୟା ରାମ ମନ୍ଦିରରେ ବିଶେଷ ଆୟୋଜନ କରାଯିବ । 

Advertisment

ଅଯୋଧ୍ୟାରେ କାଲିଠାରୁ ରାମ ନବମୀ ପର୍ଯ୍ୟନ୍ତ ରାମ ଲାଲା ସ୍ବତନ୍ତ୍ର ବସ୍ତ୍ର ପରିଧାନ କରିବେ ।  ଖଦି ବସ୍ତ୍ରରେ ରାମାଲାଲାଙ୍କୁ ଯେଉଁ ବସ୍ତ୍ର ପିନ୍ଧାଯିବ ସେଥିରେ ସୁନା ଓ ରୂପା ଖଡି ପ୍ରିଣ୍ଟ ରହିବ । ୯ ଦିନ ଧରି ବିଭିନ୍ନ ରଙ୍ଗର ବସ୍ତ୍ର ରାମ ଲାଲା ପରିଧାନ କରିବେ ।

Advertisment

ରାମ ନବମୀ ଲାଗି ଅଯୋଧ୍ୟାରେ ବ୍ୟାପକ ପ୍ରସ୍ତୁତି ଚାଲିଛି।ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ଲାଗି ରାମନବମୀ ପାଳନ ଲାଗି ଅଯୋଧ୍ୟାରେ ଭବ୍ୟ ପ୍ରସ୍ତୁତି କରାଯାଇଛି। 

Ayodhya Ram Mandir Ram Mandir Updates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ