Advertisment

ପ୍ରାଣ ପ୍ରତିଷ୍ଠା ପରେ ଦୀପୋତ୍ସବ, ଆତସବାଜିରେ ଝଲସିଲା ସରଜୁ ତଟ

ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା।

ଅଦ୍ୟତନ ହୋଇଛି
deepotsav in ayodhya for ram mandir Pran Pratishtha

Light Show In Ayodhya

Advertisment

ମନ୍ଦିରରେ ପ୍ରଭୁ ରାମଲାଲା ବିରାଜିବା ପରେ ସାରା ଦେଶରେ ଉତ୍ସବ ପାଳନ ହୋଇଛି । ଅଯୋଧ୍ୟାରେ ମହାସମାରୋହରେ ପାଳିତ ହୋଇଛି ଦେବ ଦୀପାବଳି । ହଜାର ହଜାର ଦୀପର ଜ୍ୟୋତି ଏବଂ ଆକର୍ଷଣୀୟ ଆତସବାଜିରେ ଝଲସିଛି ସରଜୁ ତଟ । ଛତିଶଗଡ଼ ରାୟପୁରରେ ଭକ୍ତିର ସହ ଶ୍ରଦ୍ଧାଳୁ ଜଳାଇଥିଲେ ୧୧ ଲକ୍ଷ ୧୧ ହଜାର ଦୀପ । ସେହିପରି ବାରାଣସୀ ଦଶାଶ୍ୱମେଧ ଘାଟରେ ଆଳତୀ କରିବା ସହ ୧୧ ହଜାର ଦୀପ ପ୍ରଜ୍ୱଳନ କରାଯାଇଥିଲା। ଦେଶର ଅନେକ ସ୍ଥାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ଦିନ ରାମ ଜ୍ୟୋତି ଜାଳି ଦୀପୋତ୍ସବ ପାଳନପାଇଁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରାମଲାଲାଙ୍କୁ ଦାନ କଲେ ୧୧ କୋଟିର ହୀରା ମୁକୁଟ

ସେହିପରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଚିତାକର୍ଷକ ଲେଜର ଲାଇଟ୍ ସୋ’ ଅନୁଷ୍ଠିତ ହୋଇଥିଲା । ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ଉପରେ ରଙ୍ଗୀନ ଲେଜର ଲାଇଟ୍ ସୋ ମନ୍ଦିରର ସୌନ୍ଦର୍ଯ୍ୟ ଉପରେ ଚାର୍ ଚାନ୍ଦ ଲଗାଇ ଦେଇଥିଲା । ଚମତ୍କାର ହୋଇଥିଲା ଲାଇଟ୍ ସୋ । ଯାହାକୁ ଉପଭୋଗ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଲେଜର ସୋ’ରେ ରାମ କଥାବସ୍ତୁ ପ୍ରଦର୍ଶିତ ହୋଇଥିଲା। ଲେଜର ଲାଇଟ ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ କାହାଣୀ ଦର୍ଶାଯାଇଥିଲା।

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ