Advertisment

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଆଦ୍ୟପର୍ବର ଶୁଭାରମ୍ଭ, ଆଜି ସଂପନ୍ନ ହେଲା ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ

ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।

undefined

Ram Mandir

Advertisment

ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ...। ଆଉ ୫ ଦିନ ପରେ ନୂଆ ମନ୍ଦିରରେ ନୂଆ ରୂପରେ ଦର୍ଶନ ଦେବେ ପ୍ରଭୁ। ସେଥିପାଇଁ ଏବେ ରାମମୟ ଅଯୋଧ୍ୟାର ଗଗନପବନ। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହର ଆଜିଠୁ ଆରମ୍ଭ ହୋଇଛି ଆଦ୍ୟପର୍ବ। ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

Advertisment

ଅନ୍ୟପଟେ ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ। ମନ୍ଦିର ତଳ ମହଲାରେ ମୋଟ ୧୪ଟି ସୁନା କବାଟ ଲାଗିସାରିଛି। ସେପଟେ ସୁନ୍ଦର ରଙ୍ଗୋଲିରେ ସଜେଇ ହେଉଛି ଅଯୋଧ୍ୟାର ରାସ୍ତାଘାଟ। ପ୍ରାଣପ୍ରତିଷ୍ଠା ସମାରୋହରେ ଭକ୍ତଙ୍କୁ ପ୍ରସାଦ ବଣ୍ଟନ ଲାଗି ଦିନରାତି ଏକ କରି ଚାଲିଛି ଥାଳି ଓ ଦନା ତିଆରି କାମ। ଶ୍ରଦ୍ଧାଳୁଙ୍କୁ ଶୀତରୁ ଆଶ୍ୱସ୍ତି ଦେବା ପାଇଁ ଲାଗିଛି ଆଉଟଡୋର ହିଟର । ସେପଟେ ଅଯୋଧ୍ୟାକୁ ଦୂରଦୂରାନ୍ତରୁ ଆସିବାରେ ଲାଗିଛି ଗୋଟିକ ପରେ ଗୋଟେ ଉପହାର ଓ ସୁସ୍ୱାଦୁ ଭୋଗ ସାମଗ୍ରୀ। ମଥୁରାରୁ ୧୦୦ କିଲୋ ଲଡ଼ୁ ଆସିଥିବା ବେଳେ, ଆଗ୍ରାରୁ ସୁସଜ୍ଜିତ ଗାଡ଼ିରେ ଆସିଛି ୫୬ ପ୍ରକାରର ପେଠା। ଗୁଜରାଟ ବରୋଦାରୁ ଆସିଥିବା ୧୦୮ ଫୁଟ୍ ଲମ୍ବା ସାଢ଼େ ୩ ଫୁଟ୍ ଚଉଡ଼ା ବିଶାଳ ଧୂପକାଠିରେ ଅଗ୍ନି ସଂଯୋଗ କରାଯାଇଛି। ଗୋମୟ, ଘୃତ, ଅତର, ପୁଷ୍ପ ଓ ଔଷଧୀୟ ବୃକ୍ଷଜାତ ଦ୍ରବ୍ୟରେ ତିଆରି ସାଢ଼େ ୩ ଟନରୁ ଅଧିକ ଓଜନର ଏହି ଧୂପକାଠିକୁ ଜଳାଇଛନ୍ତି ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ସଭାପତି ମହନ୍ତ ନିତ୍ୟଗୋପାଳ ଦାସ ମହାରାଜ । ଏହି ଧୂପକାଠିର ବାସ୍ନା କାଳେ ୫୦ କିଲୋମିଟର ଦୂର ଯାଏଁ ମହକିବ।

ଆସନ୍ତା ୨୨ ତାରିଖ ଦିନ ୧୨ଟା ୨୦ରେ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ତେବେ ଏହି ସମାରୋହ ଏତେ ଭବ୍ୟ ହେବ ତାହା କେବେ ଭାବି ନ ଥିଲି ବୋଲି କହିଛନ୍ତି ରାମାନନ୍ଦ ସାଗରଙ୍କ ନିର୍ମିତ ରାମାୟଣ ଟିଭି ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସହିତ ଉପସ୍ଥିତ ଥିଲେ ସୀତା ଭୂମିକା ତୁଲାଇଥିବା ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ।

Advertisment

ସେପଟେ କର୍ଣ୍ଣାଟକ ମହୀଶୁରରେ ଆନନ୍ଦମୁଖର ପରିବେଶ। ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ରାମଲାଲା ଗର୍ଭଗୃହରେ ସ୍ଥାପିତ ହେବେ ବୋଲି ସ୍ପଷ୍ଟ ହେବା ପରେ, ରାମଭକ୍ତିରେ ଉତଫୁଲ୍ଲିତ ତାଙ୍କ ସମଗ୍ର ପରିବାର।

India News Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ