ନୀଳମଣିଙ୍କ ତୂଳୀରେ ରାମ ମନ୍ଦିର, ଆଙ୍କିଲେ ପ୍ରତିଷ୍ଠା ସମୟର ଦିବ୍ୟ ମୁହୂର୍ତ୍ତ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।

Ram Lalla

ରାମଲାଲାଙ୍କ ଜୀବନୀଠାରୁ ନେଇ ରାଜ୍ୟାଭିଷେକ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଅତିନିଖୁଣ ଭାବେ ଦର୍ଶାଇଛନ୍ତି ନୀଳମଣି ଓ ତାଙ୍କ ସହଯୋଗୀ । ସେପଟେ ନୟାଗଡ଼ ଫତେଗଡ଼ରେ ଭବ୍ୟ ରାମ ମନ୍ଦିରର ନିର୍ମାଣ ଚାଲିଛି । ପ୍ରାକୃତିକ ପରିବେଶରେ ପାହାଡ଼ ଉପରେ ଥିବା ଶ୍ରୀରାମଙ୍କ ମନ୍ଦିରକୁ ସଜା ଯାଉଛି ।

ଦ୍ୱିତୀୟ ଅଯୋଧ୍ୟା ପାଲଟିଥିବା ଏହି ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗଦେବେ ଶଙ୍କରାଚାର୍ଯ୍ୟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସହ ପ୍ରତିଷ୍ଠା ଉତ୍ସବରେ ଲାଗିପଡିଛନ୍ତି ଫତେଗଡ଼ ଗ୍ରାମବାସୀଙ୍କ ସହ ଶ୍ରୀରାମ ପରିଷଦ । ୨୨ରେ ପ୍ରାଣ ପ୍ରତିଷ୍ଠା ପାଇବେ ଶ୍ରୀରାମ । ସାଧୁ ସନ୍ଥଙ୍କ ଗହଣରେ ମନ୍ତ୍ରପାଠ ଓ ବେଦପାଠରେ ଗୁଞ୍ଜରିତ ହେଉଛି ଚାରିପାର୍ଶ୍ୱ ।

ମନ୍ଦିର ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ବିଗ୍ରହକୁ ପ୍ରଥମେ ଶଙ୍କରାଚାର୍ଯ୍ୟ ଦର୍ଶନ କରିବେ ବୋଲି ସୂଚନା ମିଳିଛି । ରେଖ, ଭଦ୍ର, ମୋହନ ଢାଞ୍ଚାରେ ନିର୍ମିତ ମନ୍ଦିରର ଉଚ୍ଚତା ୬୫ ଫୁଟ । ସମ୍ପୂର୍ଣ୍ଣ ମନ୍ଦିର ବଉଳମାଳା ପଥରରେ ମନ୍ଦିର ନିର୍ମିତ ହୋଇଛି ।