ଦର୍ପଣରେ ମୁହଁ ଦେଖି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ, ଧନୀ ହେବେ ନା ଗରିବ ?

ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।

Face Astrology

ହାତରେଖା ଦେଖି ଭବିଷ୍ୟତ କହୁଥିବା ଅନେକ ଜ୍ୟୋତିଷଙ୍କୁ ଆପଣ ଦେଖିଥିବେ । କିନ୍ତୁ ଆପଣ ଜାଣନ୍ତି କି, ଚେହେରାର ଗଠନ ମଧ୍ୟ କହିଥାଏ ଆପଣଙ୍କ ଭବିଷ୍ୟତ । ଆଣଙ୍କ ଚେହେରାର ଗଠନ ବା ଆକୃତିରୁ ମଧ୍ୟ ଜାଣି ହୁଏ ଆପଣଙ୍କର ବ୍ୟକ୍ତିତ୍ୱ, ଆଚାର ବ୍ୟବହାର ଓ ଭବିଷ୍ୟତ କିପରି ରହିବ । ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।

ଚଉଡ଼ା ଏବଂ ଗୋଲ କପାଳ- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିର କପାଳ ତାର ଆର୍ଥିକ ସ୍ଥିତିକୁ ପ୍ରକାଶ ଦର୍ଶାଇଥାଏ । ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କର କପାଳ ଚଉଡା ଏବଂ ଗୋଲାକାର, ସେମାନେ ବହୁତ ଧନୀ ଅଟନ୍ତି । କପାଳର ଏପରି ଗଠନ ତାଙ୍କ ଧନୀ ହେବାର ସଙ୍କେତ ଦେଇଥାଏ ।

ଗୋଲ ଏବଂ ମୋଟା ଥୋଡ଼- ଗୋଲାକାର ଏବଂ ମୋଟା ଥୋଡ଼ ଥିବା ବ୍ୟକ୍ତି ଭାଗ୍ୟବାନ ଏବଂ ଧନୀ ବୋଲି ସୂଚିତ କରିଥାଏ । ଏହି ଆକାରର ଥୋଡ଼ ଥିବା ଲୋକ ଟଙ୍କା ଜମା କରିବାରେ ବା ଭଲ ସେଭିଂ କରିବାରେ ପାରଙ୍ଗମ । ଏହି ଲୋକମାନେ ଏକ ଆରାମଦାୟକ ଜୀବନଯାପନ କରିଥାନ୍ତି । ସେମାନେ ବୃଢ଼ା ହେବା ପର୍ଯ୍ୟନ୍ତ ତାଙ୍କର ଗୁଡ୍‌ଲକ୍‌ ସାଥ୍‌ ଦେଇଥାଏ ।

ମୋଟା କାନ- ସାମୁଦ୍ରିକ ଶାସ୍ତ୍ରରେ ମଣିଷର କାନକୁ ଧନ ଏବଂ ଭାଗ୍ୟର ପ୍ରତୀକ ଭାବରେ ପରିଗଣିତ କରାଯାଏ । ଜଣେ ବ୍ୟକ୍ତିର ମୋଟା କାନ ଉତ୍ସାହକୁ ପ୍ରତିପାଦିତ କରିଥାଏ । ଯାହାକି କ୍ୟାରିୟରରେ ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର କାନ ମୋଟା ଏବଂ ଦେହକୁ ଲାଗି ରହିଥାଏ କିମ୍ବା ଆପଣଙ୍କ କାନ ମୋଟା ଏବଂ ଲମ୍ବା ହୋଇଥାଏ, ତେବେ ଆପଣ ଧନୀ ହେବାର ଖୁବ୍‌ ଅଧିକ ସମ୍ଭାବନା ରହିଛି ।

ମୋଟା ନାକ- ଆପଣଙ୍କ ନାକ ଭାଗ୍ୟ, ଧନ ଏବଂ କ୍ୟରିୟର ବିଷୟରେ ଅନେକ ସୂଚନା ଦେଇଥାଏ । ଏକ ଭଲ ଆକୃତିର ନାକ ଧନ ଏବଂ ସମୃଦ୍ଧ ଜୀବନକୁ ସୂଚିତ କରିଥାଏ । ଯଦି ନାକଟିର ଆକାର ସମାନ ହୋଇନଥାଏ, ତେବେ ଆପଣଙ୍କ ଭାଗ୍ୟରେ ଧନ ସମ୍ପତ୍ତିର ଅଭାବ ରହିଥାଏ । ମୋଟା ନାକ ମଧ୍ୟ ଜଣେ ବ୍ୟକ୍ତିର ଧନୀ ହେବା ନେଇ ସୂଚିତ କରେ ।

ମୋଟା ଗାଲ- ଏହା ବିଶ୍ୱାସ ରହିଛି ଯେ, ଯେଉଁମାନଙ୍କର ଗାଲ ମୋଟା ଏବଂ ଫୁଲକା ହୋଇଥାଏ, ସେମାନଙ୍କଠାରେ ଖୁବ୍‌ ଆତ୍ମବିଶ୍ୱାସ ରହିଥାଏ । ସେଥିପାଇଁ ଏହି ଲୋକମାନଙ୍କର କ୍ଷେତ୍ରରେ କେବେ ବି ଟଙ୍କା ପଇସାର ଅଭାବ ରହିନଥାଏ । ଜଣେ ବ୍ୟକ୍ତିର ଗାଲ ତାଙ୍କର ସଂକଳ୍ପ ଏବଂ ଇଚ୍ଛାକୁ ପ୍ରତିପାଦିତ କରିଥାଏ । ମୋଟା ଗାଲ କିମ୍ବା ଉଠିରହିଥିବା ଗାଲ ହାଡ଼ ସୂଚାଇଥାଏ କି, ବ୍ୟକ୍ତି ଜଣକ ଆକ୍ରାମକ, ସାହସୀ ଏବଂ ବୁଦ୍ଧିମାନ । ଏହାସହ ଧନସମ୍ପତ୍ତି ରୋଜଗାର କରିବାରେ ସେ ଖୁବ୍‌ ମାହିର ବୋଲି ମଧ୍ୟ ଏହା ସୂଚଇଥାଏ ।

ଗଭୀର ଆଖି- ସାଧାରଣତଃ ଧନୀ ଲୋକମାନଙ୍କର ଆଖି ଲମ୍ବା ଏବଂ ଗଭୀର ହୋଇଥାଏ । ଏମାନଙ୍କ ଆଖିରେ ଧଳା ଏବଂ କଳା ରଙ୍ଗ ମଧ୍ୟରେ ପାର୍ଥକ୍ୟ ଖୁବ୍‌ ସ୍ପଷ୍ଟ ଜଣାପଡ଼ିଥାଏ । ଏଭଳି ବ୍ୟକ୍ତି ବ୍ୟବସାୟ କ୍ଷେତ୍ରରେ ଖୁବ୍‌ ଭଲ ପ୍ରଦର୍ଶନ କରିଥାନ୍ତି ।