flower
ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀଙ୍କୁ ପୂଜା କରାଯାଇଥାଏ। ସେମାନଙ୍କ ମଧ୍ୟରୁ ବହୁ ଦେବାଦେବୀଙ୍କୁ ନିର୍ଦ୍ଦିଷ୍ଟ ପର୍ବରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଅବସରରେ ସେମାନଙ୍କ ଉପରେ ନିର୍ଦ୍ଦିଷ୍ଟ ପ୍ରକାର ଫୁଲ ଚଢ଼ା ଯାଇଥାଏ। ଏହାଦ୍ୱାରା ଦେବାଦେବୀ ପ୍ରସନ୍ନ ହୋଇ ଆଶା ମୁତାବକ ବର ଦେଉଥିବା ବିଶ୍ୱାସ କରାଯାଏ। ତେବେ, ଆଜି ଆସନ୍ତୁ ଜାଣିବା କେଉଁ ଦେବାଦେବୀଙ୍କର କେଉଁ ରଙ୍ଗର ଫୁଲ ଓ କେଉଁ ଫୁଲ ପସନ୍ଦ।
ଗଣେଶ: ହିନ୍ଦୁ ଧର୍ମରେ ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶକ ରୂପେ ବିବେଚନା କରାଯାଇଥାଏ। ଏଥିନିମନ୍ତେ ଯେକୌଣସି କାର୍ଯ୍ୟ ହେଲେ ପ୍ରଥମେ ତାଙ୍କୁ ଅଗ୍ରପୂଜା କରାଯାଇଥାଏ । ଗଣେଶଙ୍କୁ ପୂଜା କରିବା ବେଳେ ତାଙ୍କ ନିକଟରେ ପାରିଜାତ, ଟଗର ଓ ଚମେଲି ଆଦି ଫୁଲ ଅର୍ପଣ କରି ପାରିବେ।
ବିଷ୍ଣୁ: ଭଗବାନ ବିଷ୍ଣୁଙ୍କ ଆରାଧନା ବେଳେ ତାଙ୍କୁ ହଳଦି ରଙ୍ଗର ଫୁଲ ଚଢ଼ା ଯାଇ ପାରିବ । ଏହି ସମୟରେ ଆପଣ ପ୍ରଭୁ ବିଷ୍ଣୁଙ୍କ ନିକଟରେ ବେଲ, ଚମ୍ପା, ମାଳତୀ ଆଦି ଫୁଲ ଅର୍ପଣ କରି ପାରିବେ। ଏହାବାଦ ଆପଣ ତାଙ୍କ ନିକଟରେ ତୁଳସୀ ବି ଅର୍ପଣ କରି ପାରିବେ । ଶ୍ରୀରାମ ତଥା କୃଷ୍ଣଙ୍କ ପୂଜା ବେଳେ ବି ଆପଣ ଭଗବାନଙ୍କ ନିକଟରେ ଏହି ଫୁଲ ଲାଗି କରି ପାରିବେ।
ମା’ ଲକ୍ଷ୍ମୀ: ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଆପଣଙ୍କ ଜୀବନ ସବୁବେଳେ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇ ପାରିବ । ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଆପଣ ଧଳା ଫୁଲ, ପଦ୍ମ ଆଦି ଫୁଲ ତାଙ୍କ ନିକଟରେ ଅର୍ପଣ କରି ପାରିବେ।
ପ୍ରଭୁ ହନୁମାନ: ପବନ ପୁତ୍ର ହନୁମାନଙ୍କ ପୂଜାର୍ଚ୍ଚନା ବେଳେ ଆପଣ ତାଙ୍କ ନିକଟରେ ଲାଲ ଗୋଲାପ, ଗେଣ୍ଡୁ ତଥା ଲାଲ ଚମେଲି ଫୁଲ ଅର୍ପଣ କରି ପାରିବେ। ଏପରି କରିବା ଦ୍ୱାରା ହନୁମାନ ପ୍ରସନ୍ନ ହେବେ ଓ ଆପଣଙ୍କ ଜୀବନରୁ ସବୁ ବାଧାବିଘ୍ନ ଦୂରେଇ ଯିବ ।
ପ୍ରଭୁ ଶିବ: ମହାଦେବ ପ୍ରଚଣ୍ଡ ରାଗୀ ହୋଇଥିବାରୁ ତାଙ୍କ ନିକଟରୁ ବର ପାଇବାକୁ ହେଲେ ତାଙ୍କୁ ପ୍ରସନ୍ନ କରିବାକୁ ପଡ଼ିଥାଏ । ଏଥିନିମନ୍ତେ ତାଙ୍କ ନିକଟରେ ଆପଣ କନିଅରି ଫୁଲ, ଅର୍କ ଫୁଲ, ଦୁରଦୁରା ଫୁଲ ଆଦି ଦାନ କରି ପାରିବେ। ଏହାଦ୍ୱାରା ଆପଣଙ୍କ ଉପରେ ସବୁବେଳେ ଭଗବାନ ଶିବଙ୍କ କୃପା ଦୃଷ୍ଟି ପଡ଼ିଥାଏ।
ସୂର୍ଯ୍ୟ ଭଗବାନ: ଆପଣ ସୂର୍ଯ୍ୟ ଦେବତାଙ୍କ ପ୍ରାତଃ ବନ୍ଦନା କରୁଥିଲେ ତାଙ୍କ ନିକଟରେ ଲାଲ ଗୋଲାପ, ଗେଣ୍ଡୁ, କନିଅର ଆଦି ଫୁଲ ଅର୍ପଣ କରି ପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ଜୀବନ ବୈଭବ ତଥା ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/flower_1751005626.jpg)