Advertisment

Astrological Delays in Marriage: ଏଥିପାଇଁ ହୁଏ ବିବାହରେ ବିଳମ୍ବ ; କୁଣ୍ଡଳୀରେ ଅଛି କି ତ୍ରୁଟି ?

ବୁଧ ଗ୍ରହ ଶୀଘ୍ର ବିବାହ କରାଇଥାନ୍ତି । ଜାତକରେ ସପ୍ତମ ଭାଗରେ ବୁଧ ଗ୍ରହ ରହିଲେ ବିବାହ ଶୀଘ୍ର ହେବାର ଯୋଗ ଥାଏ। ଯେଉଁ ‍ବ୍ୟକ୍ତିଙ୍କ ଜାତକରେ ବୁଧ ଗ୍ରହଙ୍କ ଉପରେ ଅନ୍ୟ କୌଣସି ଗ୍ରହଙ୍କ ପ୍ରଭାବ ନ ରହିଥାଏ, ସେମାନଙ୍କର ଶୀଘ୍ର ବିବାହ ହୋଇଯାଏ ।

ଅଦ୍ୟତନ ହୋଇଛି
marriage

marriage

Advertisment

ଅନେକ ସମୟରେ ଦେଖାଯାଏ କିଛି ଯୁବକ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ । ବିବାହ ସ୍ଥିର ହେବା ପରେ ମଧ୍ୟ ଭାଙ୍ଗି ଯାଏ । ଏଥିପାଇଁ ପରିବାରରେ ସଭିଏଁ ଚିନ୍ତିତ ରହିଥାନ୍ତି । ତେବେ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଆସେ କାହିଁକି ବିବାହରେ ବିଳମ୍ବରେ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏନେଇ କିଛି ସ୍ୱତନ୍ତ୍ର କାରଣ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ..

Advertisment

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

ଜାତକରେ ସପ୍ତମ ଭାଗ ଜଣାଇଥାଏ କେଉଁ ବୟସରେ ହେବ ଆପଣଙ୍କ ବିବାହ । ରାଶି ଅନୁସାରେ କାହାର ବିବାହ କେଉଁ ଦିଗରେ ହେବ । ଶୁକ୍ର, ବୁଧ, ଗୁରୁ ଓ ଚନ୍ଦ୍ରମା ଆଦି ଗ୍ରହଙ୍କ ମଧ୍ୟରୁ ଗୋଟିଏ ଗ୍ରହ ଜାତକରେ ସପ୍ତମ ଭାଗରେ ରହିଲେ ବିବାହରେ ଥିବା ବାଧା ଦୂର ହୋଇଯାଏ । ବିଳମ୍ବ ବିବାହ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ। ସେହିପରି ସପ୍ତମ ସ୍ଥାନରେ ରାହୁ, ମଙ୍ଗଳ, ଶନି, ସୂର୍ଯ୍ୟ ଆଦି ଗ୍ରହ ରହିଲେ ବିବାହ ବିଳମ୍ବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

ଏମାନଙ୍କର ହୁଏ ଶୀଘ୍ର  ବିବାହ..

ବୁଧ ଗ୍ରହ ଶୀଘ୍ର ବିବାହ କରାଇ ଥାନ୍ତି । ଜାତକରେ ସପ୍ତମ ଭାଗରେ ବୁଧ ଗ୍ରହ ରହିଲେ ବିବାହ ଶୀଘ୍ର ହେବାର ଯୋଗ ଥାଏ। ଯେଉଁ ‍ବ୍ୟକ୍ତିଙ୍କ ଜାତକରେ ବୁଧ ଗ୍ରହଙ୍କ ଉପରେ ଅନ୍ୟ କୌଣସି ଗ୍ରହଙ୍କ ପ୍ରଭାବ ନ ରହିଥାଏ, ସେମାନଙ୍କର ଶୀଘ୍ର ବିବାହ ହୋଇଯାଏ । ସୂର୍ଯ୍ୟ ଗ୍ରହ ବୁଧ ଗ୍ରହଙ୍କ ଗୋଟିଏ ସ୍ଥାନ ଆଗରେ କିମ୍ବା ପଛରେ ରହିଲେ ଶୀଘ୍ର ବିବାହ ହୁଏ ।

Advertisment

ଅଧିକ ପଢ଼ନ୍ତୁ: ଘର ପାଖରେ ଲଗାଇ ଦିଅନ୍ତୁ ଏହି ୫ଟି ଗଛ; କଟିଯିବ ସବୁ ବାସ୍ତୁଦୋଷ

Vastu Bichar Vastu Tips In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ