ମେଷ
ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ବୁଦ୍ଧି ପ୍ରୟୋଗ ଦ୍ୱାରା ସଫଳ ହାସଲ କରିବେ। ରୋଜଗାର ନୂତନ ସୁଯୋଗ ସୃଷ୍ଟି ହେବ। ପୂର୍ବରୁ କରିଥିବା ଋଣ ପରିଶୋଧ କରିପାରିବେ। ଶାରୀରିକ ଆର୍ଥିକ ହାନି ସୂଚିତ ହୁଏ। ବନ୍ଧୁ ବର୍ଗରେ ମତାନ୍ତର ଓ କଳହ ସୃଷ୍ଟି ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା ମିଳିବ। ଅର୍ନ୍ତଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ । ଧନ ପ୍ରାପ୍ତିର ସୁଯୋଗ ଆସିବ । ମହିଳାମାନେ ପାରିବାରିକ ସୁଖରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।
ପ୍ରତିକାର ପାଇଁ- “ଓଁ ହ୍ରୀଂ ଶ୍ରୀଂ ଲକ୍ଷ୍ମୀ ନାରାୟଣାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ବୃଷ:
ବାଣିଜ୍ୟ- ବ୍ୟବସାୟରେ ପ୍ରତିକୂଳତା ଆସିବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । କୌଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ। ସାମାଜିକ ମାନସମ୍ମାନ ବାଧା ପ୍ରାପ୍ତ ହେବ। ମହିଳା ମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି । ଅସାବଧାନତା ହେତୁ ଅପମାନିତ ହୋଇପାରନ୍ତି। ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳପ୍ରଦ କରିବେ।
ପ୍ରତିକାର ପାଇଁ-“ଓଁ ଗୋପାଳାୟ ଉତରଧ୍ୱଜାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ମିଥୁନ:
କର୍ମଜୀବୀମାନେ କର୍ମପ୍ରବଣତା ଦେଖାଇବେ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ପାଇବେ। ଭାଇ–ଭାଇ ବିରୋଧୀ ହୋଇପାରନ୍ତି। ଭୂମି, ସୁନା ଆଦି ଲାଭ କରିବେ। ସାମାଜିକ ମାନସମ୍ମାନ ବୃଦ୍ଧି ପାଇବା ପାଇଁ ବ୍ୟକ୍ତିତ୍ୱର ବିକାଶ ଘଟିବ। ମାନସିକ ଶାନ୍ତି ବୃଦ୍ଧି ପାଇବ। ଆତ୍ମୀୟ ସୂଜନଙ୍କ ସହ ମିଳନ ହୋଇପାରେ । ବାଣିଜ୍ୟରେ ଆର୍ଥିକ ହାନି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ, ସୁଖ- ସମୃଦ୍ଧି ବୃଦ୍ଧି ପାଇବ। ମହିଳାମାନେ ପରିବାରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ।
ପ୍ରତିକାର ପାଇଁ-“ ଓଁ କ୍ଲୀଂ କୃଷ୍ଣାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
କର୍କଟ:
ବ୍ୟବସାୟରେ ଲାଭବାନ୍ ହେବେ । ସାମାଜିକ ଓ ପ୍ରବାବଶାଳୀ କାମରେ ମନ ବଳାଇବେ। ପତୀପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାବଣା ରହିବ । ନେତ୍ର ପୀଡା ଅନୁଭବ କରିବେ, ଉଦର ରୋଗରେ ଆକ୍ରାନ୍ତ ହେବେ । ଇନ୍ଦ୍ରିୟ ସଯଂମକୁ ଅଣଦେଖା କରନ୍ତୁ ନାହିଁ । ବିଦେଶରେ କଷ୍ଟ ପାଇ ପାରନ୍ତି । ଭାଗ୍ୟ ଉଦୟ ହେବ, ମନକୁ ଆନନ୍ଦ ମିଳିବ । ବନ୍ଧୁ ମିଳନ ଏବଂ ପାରିବାରିକ ସୁଖ ମିଳିବ। ଆର୍ଥିକ ଲାଭ ସହ ସମ୍ପତି ବୃଦ୍ଧି ହେବ। ମହିଳାମାନେ ବନ୍ଧୁପରିଜନକ ସହ ସମୟ ବିତାଇବେ।ଛାତ୍ରଛାତ୍ରୀମାନେ ପଢା ପଢିରେ ନିରନ୍ତର ମନ ଦେବେ।
ପ୍ରତିକାର ପାଇଁ- “ଓଁ ହିରଣ୍ୟଗର୍ଭାୟ ଅବ୍ୟକ୍ତରୂପିଣେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ସିଂହ:
ବ୍ୟବସାୟରେ ଉତମ ଜ୍ଞାନକୌଶଳ ପ୍ରୟୋଗ କରିବେ । ଚାକିରି କ୍ଷେତ୍ରରେ ସ୍ଥାନ ପରିବର୍ତନ ରହିବ । ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । କୌଣସି ସମସ୍ୟାରେ ପଡିପାରନ୍ତି । ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ପ୍ରେମ ସମ୍ପର୍କ ବିଫଳ ହୋଇପାରେ । ବାଣିଜ୍ୟରେ ଆର୍ଥିକ ହାନି ହେବ। ଧୈର୍ଯ୍ୟ ଧରି ସବୁ କାର୍ଯ୍ୟରେ ବିଜୟ ଲାଭ କରିବେ। ବନ୍ଧୁ ମିଳନ ହୋଇପାରେ । ମହିଳା ମାନେ ଅଧକ ପରିଶ୍ରମ କରିବେ । ଛାତ୍ରଛାତ୍ରୀମାନେ ମଧ୍ୟମ ଫଳ ପାଇବେ ।
ପ୍ରତିକାର ପାଇଁ- “ଓଁ କ୍ଳୀଂ ବ୍ରହ୍ମଣେ ଜଗଦାଧାରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
କନ୍ୟା:
କୌଣସି ଅସ୍ଥାୟୀ କାର୍ଯ୍ୟ ସ୍ଥାୟୀ ହୋଇପାରେ । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ଅନ୍ୟର ସହଯୋଗ ମିଳିବ ବ୍ୟବସାୟରେ ଲାଭ , କ୍ଷତି ସମାନ ରହିବ । ଜମିଜମାକୁ ନେଇ ଶତ୍ରୁ ଉପୁଜିବେ । ସହ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ । ଧର୍ମ ଭାବନାରୁ ମନ ଦୂରେଇ ରହିବ । ଶାରୀରିକ କଷ୍ଟ ଅନୁଭବ କରିବେ , ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । ପାରିବାରିକ ମନମାଳିନ୍ୟ ଦେଖାଦେବ । ମହିଳା ମାନେ ଧର୍ମପରାୟଣ ହେବେ । ଛାତ୍ରଛାତ୍ରି ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ ।
ପ୍ରତିକାର ପାଇଁ- “ଓଁ ନମୋ ପ୍ରୀଂ ପୀତାମ୍ବରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ତୁଳା:
ବ୍ୟବସାୟ-ବାଣିଜ୍ୟ ଓ ପୁଶଞିନିବେଶ କରିବାର ସୁଯୋଗ ମିଳିବ । ମୂଖ୍ୟ ଆୟକୁ ଛାଡି ଅନ୍ୟ ମାଧ୍ୟମରୁ ଅର୍ଥପାର୍ଜନ କରିବାର କୌଶଳ ଆପଣେଇବେ । ଭାବପ୍ରବଣ ପ୍ରକାଶ ପାଇବ । ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ସନ୍ତାନସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ପାରିବାରିକ ଅଶାନ୍ତି ଦେଖାଦେବ । ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ସ୍ତିରିକୃତ ହେବ । ମହିଳା ମାନେ ବନ୍ଧୁପରିଜନଙ୍କର ପ୍ରିୟ ଭାଜନ ହେବେ । ଛାତ୍ରଛାତ୍ରି ମାନେ ଶୃଙ୍ଖଳିତ ହେବେ ।
ପ୍ରତିକାର ପାଇଁ- “ଓଁ ତତ୍ୱ ନିରଞନାୟ ତାରକରାମାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ବିଛା:
ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । ନୂତନ ଯୋଜନାରେ ସଫଳତା ଲାଭ କରିବେ । କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଥିବା କାମକୁ ସଂପୂର୍ଣ୍ଣ କରିବେ । ଦୈନିକ ରୋଜଗାର ସମାନ ରହିବ । ପାରିବାରିକ ଅସ୍ୱାସ୍ଥ୍ୟକର ପରିସ୍ଥିତିକୁ ନେଇ ଚିନ୍ତାଗ୍ରସ୍ତ ରହିପାରନ୍ତି । ବନ୍ଧୁଙ୍କ ସହିତ କଳହ ଓ ମତାନ୍ତର ସୃଷ୍ଟି ହେବ । ମହିଳା ମାନେ ପରିବାରରେ ପୁଷ୍ଟି ସାଧାନା ପାଇଁ ଉଦ୍ଯୋଗ କରିବେ। ବିଦ୍ୟାର୍ଥୀ ମାନେ ପଢାରେ ମନ ଲଗାଇବେ ।
ପ୍ରତିକାର ପାଇଁ- “ଓଁ ନାରାୟଣାୟ ସୁରସିଂହାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ଧନୁ:
କର୍ମ କ୍ଷେତ୍ରରେ ମହିଳା କର୍ମିଙ୍କ ଦ୍ୱାରା ପ୍ରଶଂସିତ ହେବେ। ଜମି କିଣା ବିକା ବ୍ୟବସାୟରେ ଲାଭବାନ୍ ହେବେ। ବିଦେଶ ଗମନର ସୂଚନା ମିଳିବ। ବହୁ ମୂଲ୍ୟବାନ୍ ଦ୍ରବ୍ୟ କ୍ରୟ କରି ପାରନ୍ତି । ଭ୍ରମଣର ସୁଯୋଗ ଆସିପାରେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ସୁଖ ଶାନ୍ତି ନଷ୍ଟ ହୋଇପାରେ । ଆର୍ଥୀକ ସମସ୍ୟା କିଛି ମାତ୍ରାରେ ଲାଘବ ହେବ । ଜଳଜାତ ଦ୍ରବ୍ୟ ବ୍ୟବସାୟରେ ଲାଭବାନ୍ ହେବେ । ମହିଳା ମାନେ କର୍ମତତ୍ପର ରହିବେ । ଛାତ୍ରଛାତ୍ରି ମାନେ ଉତମ ଫଳ ପ୍ରଦର୍ଶନ କରିବେ ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ଦେବକୃଷ୍ଣାୟ ଉର୍ଦ୍ଧ୍ୱଷଂତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ମକର:
ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଭାଇଭଉଣୀଙ୍କ ଠାରୁ ସହଯୋଗ ମିଳିବ । ପରିବାରରେ ଉତ୍ତମ ବୁଝାମଣା ଦ୍ୱାରା ଉନ୍ନତି ଲାଭ କରିବେ । ବାହ୍ୟ ଶତ୍ରୁଙ୍କ ଠାରୁ ଦୂରରେ ରହିଲେ ଭଲ । ଭାଗୀଦାରି ବ୍ୟବସାୟ ଦ୍ୱାରା କିଛି ମାତ୍ରାରେ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ,ଦୁର୍ଘଟଣା ଗ୍ରସ୍ତ ହୋଇ ଆଘାତ ପାଇପାରନ୍ତି। ମହିଳା ମାନେ ପରିବାରରେ ଉତ୍କଷ୍ଟ ମନୋଭାବ ଜାଗ୍ରତ କରିବେ । ଛାତ୍ରଛାତ୍ରୀମାନେ ବିଶେଷଃ ଫଳ ପ୍ରଦର୍ଶନ କରିବେ ନାହିଁ ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ବତ୍ସଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
କୁମ୍ଭ:
ଆକସ୍ମିକ ନୂତନ ବ୍ୟବସାୟ ଆରମ୍ଭ କରିବେ । କୈାଣସି ଧାତୁ ସମ୍ବନ୍ଧୀୟ ବ୍ୟବସାୟରେ ଉନ୍ନତି ଲାଭ କରିବେ । କର୍ମ କ୍ଷେତ୍ର ଆପଣଙ୍କ ପାଇଁ ସର୍ବୋତମ ପରିସର । ଦୂର ସଂମ୍ପର୍କୀୟ ବନ୍ଧୁଙ୍କଠାରୁ ଆର୍ଥୀକ ହାନି ସୂଚିତ ହୁଏ । ରୋଗରେ ପୀଡିତ ହେବେ । ଶତୃ ମାନେ ପରାଜିତ ହେବେ । ପରିବାରରେ ସୁଖ ଶାନ୍ତି ପ୍ରାପ୍ତି ହେବ । ମହିଳା ମାନଙ୍କ କିଛି ମାତ୍ରାରେ ସ୍ୱାସ୍ଥ୍ୟରେ ଅବନତି ହେବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତମ ଫଳ ପାଇବେ ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ଉପେନ୍ଦ୍ରାୟ ଅଚ୍ୟୁତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ମୀନ:
କର୍ମ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ପୁରାତନ ରୋଗର ଉପଶମ ହେବ , ଦୁଃଖ କ୍ଲେଶ ଅବସାନ ହେବ , ଧନ ପୁତ୍ରାଦି ଲାଭ ହେବ , ସୁଖ ସମ୍ମାନ ପ୍ରାପ୍ତି ଯୋଗ । କାମ କରିବାରେ ଉତ୍ସାହ ବଢିବ । ବ୍ୟବସାୟରେ ଲାଭବାନ୍ ହେବେ । ଅଶୁଭ ଖବର ପାଇ ପାରନ୍ତି । ଶରୀର ପିଡା ଦେଖା ଦେଇପାରେ । ସହଯୋଗୀ ମାନେ ହଇରାଣ କରି ପାରନ୍ତି । ମହିଳା ମାନେ ସହନଶୀଳତା ଭାବ ଜାଗ୍ରତ କରିବେ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ ।
ପ୍ରତିକାର ପାଇଁ- “ଓଁ କ୍ଳୀଂ ଉଦ୍ଧୃତାୟ ଉଦ୍ଧାରିଣ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
(ଇଂଜିନିୟର ଦୀପକ ଆଚାର୍ଯ୍ୟ, 0674-3527219, 9238397100)