ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣ ପକ୍ଷ। ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ତିଥି- ୫ମୀ ସଧ୍ୟା ୦୫/୨୯/୨୫ ଗତେ ୬ଷ୍ଠୀ। ଚନ୍ଦ୍ର- ଧନୁ ଦିବା ୦୮/୪୫ ଗତେ ମକର। ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର , ୦୮/୪୫ ଗତେ ସିଂହ ରାଶିର ଘାତ ବାର - ବିଛା ,ଧନୁ ଓ ମୀନ ରାଶିର
ଶୁଭ ସମୟ- ପ୍ରାତଃ ୦୬/୦୫/୧୨ ରୁ ୦୬/୫୭/୧୩, ଦିବା ୧୨/୦୯/୧୮ ରୁ ୦୨/୪୫/୨୧ , ସନ୍ଧ୍ୟା ୦୬/ ୧୩/୨୪ ରୁ ୦୮/୨୫/୧୮, ରାତ୍ରି ୧୨/୪୯/୦୬ ରୁ ୦୩/୦୧/୦୦, ରାତ୍ରି ୦୩/୪୪/୫୮ ରୁ ୦୫/୧୨/୫୪
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ- ମନରେ ଧାର୍ମିକ ଭାବନା ସୃଷ୍ଟି ହେବ। ଅନ୍ୟକୁ ସାହାଯ୍ୟ କରି ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ।
ପ୍ରତିକାର- ଶୁଭତ୍ୱ ପାଇଁ କିଛି ମିଠା ଖାଇ ଘରୁ ବାହାରନ୍ତୁ ।
ବୃଷ- ମନରେ ବିଭିନ୍ନ ପ୍ରକାରର ଚିନ୍ତା ଆସିବ। ପ୍ରେମ ସମ୍ପର୍କରେ ବ୍ୟାଘାତ ଘଟିପାରେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ।
ପ୍ରତିକାର- ଶୁଭତ୍ୱ ପାଇଁ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ।
ମିଥୁନ- ସ୍ୱାସ୍ଥ୍ୟରେ ଅବନ୍ନତି ଦେଖା ଦେଇପାରେ । ଯାତ୍ରା ସମୟରେ ଦୁର୍ଘଟଣାଗସ୍ତ ହୋଇପାରନ୍ତି। ମହିଳାମାନଙ୍କର ଗୁରୁଜନମାନଙ୍କ ସହିତ ମତାନ୍ତର ଘଟିପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ବୁଧଙ୍କର ଗାୟତ୍ରୀ ପାଠ କରନ୍ତୁ ।
କର୍କଟ - ଦାମ୍ପତ୍ୟ କଳହର ଅବସାନ ଘଟିବ । କୌଣସି ନୂତନ ଯାନବାହନ କ୍ରୟ କରିବାକୁ ମନସ୍ଥ କରିବେ । ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ ।
ପ୍ରତିକାର- ଶୁଭତ୍ୱ ପାଇଁ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ।
ସିଂହ- ସନ୍ତାନମାନଙ୍କ କାର୍ଯ୍ୟକଳାପକୁ ନେଇ ମନ ଅଶାନ୍ତ ରହିପାରେ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । କିଛି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।
ପ୍ରତିକାର- ଶୁଭତ୍ୱ ପାଇଁ ସୂର୍ଯ୍ୟ ନାରାୟଣକୁ ଜଳଦାନ କରନ୍ତୁ ।
କନ୍ୟା- ନୂତନ କର୍ମରେ ଯୋଗଦାନ କରିବାକୁ ପଡିପାରେ। ଆର୍ଥିକକ୍ଷେତ୍ରରେ ଲାଭବାନ ସହ ସଞ୍ଚୟ କରିପାରନ୍ତି । କୌଣସି ନୂତନ ସ୍ଥାନକୁ ବୁଲି ଯିବା ପାଇଁ ପ୍ରସ୍ତୁତ ହେବେ ।
ପ୍ରତିକାର- ଶୁଭତ୍ୱ ପାଇଁ ଗଣେଶଙ୍କୁ ଦୂବ ଦାନ କରନ୍ତୁ ।
ତୁଳା- ଅନେକ ଦିନରୁ ପଡ଼ି ରହିଥିବା କାମକୁ ପୁରା କରିବେ। ଘରେ କିଛି ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କ ପରାମର୍ଶ ଲୋଡ଼ିପାରନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ମହାଲକ୍ଷ୍ମୀଙ୍କ ଅଷ୍ଟକ ପାଠ କରନ୍ତୁ ।
ବିଛା- ଘାତ ପ୍ରତିଘାତ ଦେଇ ଦିନଟି ଅତିକ୍ରମ କରିବାକୁ ପଡିପାରେ । କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ପେଟ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ପ୍ରତିକାର- ଶୁଭତ୍ୱ ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ ।
ଧନୁ- ପ୍ରତିଶ୍ରୁତି ରକ୍ଷା ନକରି ପାରିବାରୁ କୌଣସି କାର୍ଯ୍ୟ ଆପଣଙ୍କ ହାତରୁ ଖସି ଯାଇପାରେ । ରାସ୍ତାରେ ଗଲା ବେଳେ ଯାନବାହାନରୁ ପଡିଯିବାର ଭୟ ରହିଛି । ଯେତେ ଭଲ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କର କର୍ମ କରିବାର ଶୈଳୀକୁ ବୁଝିପାରିବେ ନାହିଁ ।
ପ୍ରତିକାର- ଶୁଭତ୍ୱ ପାଇଁ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।
ମକର - ଯୋଜନା ମୁତାବକ କାମ ଗୁଡିକୁ ସମ୍ପୂର୍ଣ୍ଣ କରିବେ । ବନ୍ଧୁମାନଙ୍କ ସହ ହସ ଖୁସିରେ ସମୟ କଟାଇବେ । ମହିଳାମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ ।
ପ୍ରତିକାର- ଶୁଭତ୍ୱ ପାଇଁ ନୀଳ ରଙ୍ଗର ପୋଷାକ ପରିଧାନ କରନ୍ତୁ ।
କୁମ୍ଭ - କୌଣସି ଧର୍ମାନୁଷ୍ଠାନରେ ଅଧିକ ସମୟ କଟାଇବେ । ନିଜ ଲୋକମାନେ ବିଶ୍ୱାସଘାତକ କରିପାରନ୍ତି । ଗୁରୁଜନମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଜକନ ପରିସ୍ଥିତି ସୃଷ୍ଟି ହୋଇପାରେ ।
ପ୍ରତିକାର- ଶୁଭତ୍ୱ ପାଇଁ ମହାଦେବଙ୍କର ଦର୍ଶନ କରନ୍ତୁ ।
ମୀନ- ରାଜନୀତିରେ ଅଗ୍ରଣୀ ଭୂମିକା ନେବେ। ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସା ସାଉଟିବେ । ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି ।
ପ୍ରତିକାର- ଶୁଭତ୍ୱ ପାଇଁ ବିଷ୍ଣୁଙ୍କର ଗାୟତ୍ରୀ ପାଠ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)