Advertisment

ଧନତେରସ୍‌ରେ ଆପଣଙ୍କ ରାଶି ଅନୁସାରେ କ’ଣ କିଣିଲେ ଶୁଭ ଫଳ ମିଳିବ, ଜାଣନ୍ତୁ...

ଧନତେରସ୍‌ ପୂର୍ବରୁ ଘର ଓ ଦୋକାନ ସବୁ ପରିଷ୍କାର କରାଯାଏ। ବିଭିନ୍ନ ପ୍ରକାରର ଆଲୋକ ବା ଦୀପ ଜଳାଇ ସୁସଜ୍ଜିତ କରାଯାଇଥାଏ । ଘରେ ବିଭିନ୍ନ ପ୍ରକାରର ରଙ୍ଗୋଲିରେ ମଧ୍ୟ ସୁସଜ୍ଜିତ କରାଯାଇଥାଏ।

Know What To Buy On Dhanteras According To Your Zodiac Sign

Know What To Buy On Dhanteras According To Your Zodiac Sign

Advertisment

ଧନତେରସ୍ ବା ଧନତେଜସ୍ ହେଉଛି ଧନତ୍ରୟୋଦଶୀ ଭାବରେ ପରିଚିତ। ଏହା କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପଡ଼ିଥାଏ । କୁହଯାଏ ଯେ, ଏହିଦିନ ମା’ ମହାଲକ୍ଷ୍ମୀ ଓ କୁବେରଙ୍କର ପୂଜାର୍ଚ୍ଚନା କରିଲେ ଧନ ବୃଦ୍ଧି ହୋଇଥାଏ। ଏହି ଦିନଠାରୁ ୩ ଦିନ ବ୍ୟାପି ଦୀପାବଳି ଆରମ୍ଭ ହୋଇଥାଏ।

Advertisment

ଧନତେରସ୍‌ ପୂର୍ବରୁ ଘର ଓ ଦୋକାନ ସବୁ ପରିଷ୍କାର କରାଯାଏ। ବିଭିନ୍ନ ପ୍ରକାରର ଆଲୋକ ବା ଦୀପ ଜଳାଇ ସୁସଜ୍ଜିତ କରାଯାଇଥାଏ । ଘରେ ବିଭିନ୍ନ ପ୍ରକାରର ରଙ୍ଗୋଲିରେ ମଧ୍ୟ ସୁସଜ୍ଜିତ କରାଯାଇଥାଏ। ଏହି ଦିନର ପ୍ରଦୋଷ କାଳରେ ଘରର ପ୍ରବେଶ ପଥରେ ଏକ ଦୀପ ଲଗାଯାଇଥାଏ। ଶାସ୍ତ୍ର ଅନୁସାରେ, ଏହି ଦୀପ ଜଳାଇବା ଦ୍ୱାରା  ଆଗାମି ବର୍ଷକ ପାଇଁ ଘରର ସଦସ୍ୟମାନଙ୍କର ଅକାଳ ମୃତ୍ୟୁକୁ ଏଡାଇ ଦିଆଯାଇଥାଏ। 

ଏହି ଦିନ ଆୟୁର୍ବେଦ୍‌ର ଜନକ ଧନ୍ଵନ୍ତରୀଙ୍କର ଜନ୍ମ ଦିବସ ପାଳନ କରାଯାଇଥାଏ। ବିଶ୍ୱାସ ରହିଛି, ଏହି ଦିନ ସ୍ଥିର ଲଗ୍ନରେ ଘରକୁ କିଛି ଜିନିଷ କିଣିକି ଆଣିବା ଦ୍ୱାରା ଧନ ବୃଦ୍ଧି  ହୋଇଥାଏ। ବର୍ଷସାରା ଆର୍ଥିକ ସ୍ଥିତି ଭଲ ରହିଥାଏ।

Advertisment

ଜାଣନ୍ତୁ, ରାଶି ଅନୁସାରେ ଧନତେରସ୍‌ରେ କ’ଣ କିଣିଲେ ଶୁଭ ହୋଇଥାଏ...

  • ମେଷ - ସୁନା, ରୁପା ଅଳଙ୍କାର ବାସନକୁସନ ଓ ଆମେରିକାନ୍ ଡାଇମଣ୍ଡ , କୌଣସି ଜମି, ନୂଆ ଯାନବାହନ କିଣିଲେ ଶୁଭ ହେବ। ଗହମ ମଧ୍ୟ କିଣି ପାରିବେ।
  • ବୃଷ - ରୁପା, ହୀରା ଗହଣା , ବାସନକୁସନ, ଚାନ୍ଦି ରୂପାରେ ତିଆରି ଲକ୍ଷ୍ମୀ,ଗଣେଶଙ୍କ ପ୍ରତିମା କିଣି ପାରିବେ । ଯାନବାହନ କିଣି ପାରିବେ । ଧଳା ରଙ୍ଗର ରେସମ କପଡ଼ା, ଲୁଣ କିଣି ପାରିବେ ।
  • ମିଥୁନ - ରୁପାରେ ତିଆରି ରାଧାକୃଷ୍ଣଙ୍କର ପ୍ରତିମା, ରୁପାର ବାସନକୁସନ କିଛି ଯାଗା ମଧ୍ୟ କିଣି କରିପାରିବେ । ସବୁଜ ରଙ୍ଗର ବସ୍ତ୍ର  କିଣି ପାରିବେ ।
  • କର୍କଟ - ରୁପାରେ ତିଆରି ଛୋଟ ପାତ୍ର, ନୂତନ ଯାନବାହନ କିଣିପାରିବେ । 
  • ସିଂହ - ସୁନା, ରୁପାର ଅଳଙ୍କାର କିଣି ପାରିବେ । ରୁପାର ଦୀପ, ଲାପଟପ୍‌, ମୋବାଇଲ କିଣି ପାରିବେ ।
  • କନ୍ୟା - ରୁପାର ଅଳଙ୍କାର ବା ବାସନକୁସନ କିଣି ପାରିବେ । ଲକ୍ଷ୍ମୀନାରାୟଣଙ୍କ ପ୍ରତିମା କିଣି ପାରିବେ । ନୂତନ ଗୃହ ମଧ୍ୟ କିଣି ପାରିବେ ।
  • ତୁଳା - ରୁପାର ଶ୍ୱସ୍ତିକ ଯନ୍ତ୍ର କିଣି ପାରିବେ । ଟିଭି, ମୋବାଇଲ, ପ୍ରସାଧନ ସାମଗ୍ରୀ କିଣି ପାରିବେ । 
  • ବିଛା - ରୁପାର ଗ୍ଲାସ , ତମ୍ବାର କୌଣସି ଦ୍ରବ୍ୟ , ଘରକୁ କିଛି ବୈଦ୍ୟୁତିକ ଉପକରଣ କିଣି ପାରିବେ ।
  • ଧନୁ - ସୁନାର କଏନ୍ , ସୁନାର ଅଳଙ୍କାର କିଣି ପାରିବେ । ଦକ୍ଷିଣାବର୍ତ୍ତୀ ଶଙ୍ଖ ଘରକୁ ଆଣି ପାରିବେ । ଗୋମତୀ ଚକ୍ର,ଖଣ୍ଡ ହଳଦୀ କିଣି ପାରିବେ ।
  • ମକର - ରୂପାର କଇଁଛ କିମ୍ବା ସ୍ପଟିକ କଇଁଛ କିଣି ପାରିବେ । ନୂତନ ଯାନବାହନ କିଣି ପାରିବେ । ଷ୍ଟିଲ ବାସନକୁସନ , ନୀଳ ରଙ୍ଗର ବସ୍ତ୍ର କିଣି ପାରିବେ ।
  • କୁମ୍ଭ - ଷ୍ଟିଲ୍‌ ପାତ୍ର, ରୋଷେଇ ଘରେ ବ୍ୟବହୃତ ହେଉଥିବା ଯାନ୍ତ୍ରିକ ଉପକରଣ କିଣି ପାରିବେ । ମସଲାରେ ବ୍ୟବହୃତ ହେଉଥିବା ଧନିଆ କିଣି ପାରିବେ ।
  • ମୀନ -ସୁନାର ଅଳଙ୍କାର , ରତ୍ନ  ପଥର, ଆକ୍ୱାରମ୍ କିଣି ପାରିବେ ।
Diwali 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: