• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୯ ତାରିଖ,  ଶନିବାର, ତିଥି – ୧୦ ମୀ ଦିବା ୦୪/୩୯ ଗତେ ୧୧ଶୀ ଚନ୍ଦ୍ର – ତୁଳା ରାତ୍ରି ୦୪/୨୦  ଗତେ ବିଛା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – ବୃଷ, ସିଂହ ଓ କନ୍ୟା ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷିହାନି – ଭୂମିଦାନ ଦିବା ୧୧/୨୩ ଗତେ  ୨ ପାଦ -କୃଷି ଓ ବଂଶହାନି – ଭୂମି ଓ ତିଳକାଞନ ଦାନ  
ଶୁଭ ସମୟ- 
ଦିବା  ୧୦/୧୩  ରୁ  ୧୨/୧୮ 
ଦିବା  ୦୩/୦୮   ରୁ  ୦୩/୪୮

ରାତ୍ରି ୦୭/୪୭  ରୁ   ୦୭/୫୨
ରାତ୍ରି ୧୧/୩୦  ରୁ   ୦୧/୪୦
ରାତ୍ରି  ୦୩/୦୭ ରୁ ୦୩/୫୬

ଅଶୁଭ ସମୟ-
ଋାହୁକାଳ - ଦିବା ୦୮/୩୪ ରୁ  ୧୦/୧୩ 
କାଳବେଳା - ପ୍ରାତଃ ୦୫/୧୭ ରୁ ୦୬/୫୨ ଓ ରାତ୍ରି ୦୪/୪୭ ରୁ ୦୬/୦୮
ବାରବେଳା – ଦିବା ୦୧/୩୦ ରୁ   ୦୩/୦୮ 
କାଳରାତ୍ରି – ସନ୍ଧ୍ୟା ୦୬/୨୫ ରୁ ୦୭/୪୭ ଓ ରାତ୍ରି ୦୩/୫୬ ରୁ ୦୫/୧୮   

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – ଯାନବାହାନ ଲାଭ ସାଙ୍ଗକୁ ମନୋରଞ୍ଜନ ଓ ମାଙ୍ଗଳିକ କାମକୁ ନେଇ ଖୁସି ରହିବେ
ଦ୍ୱିଜା – ଅନ୍ୟର ସାହାଯ୍ୟ, ସମର୍ଥନ ଲକ୍ଷ୍ୟ ହାସଲରେ ସହାୟକ ହୋଇପାରିବ
କୃତିକା – ଧର୍ମ ଓ ସାଂସୃତିକ କାର୍ଯ୍ୟରେ ଅଗ୍ରଣି ହୋଇ ସାମାଜିକ ସ୍ଥିତିକୁ ସୁଦୃଢ କରିବେ  
ପ୍ରତିକାର -  ସୂର୍ଯ୍ୟ ଦେବତାଙ୍କୁ ୫ଟି ନାଲି ମନ୍ଦାର ଅର୍ପଣ କରନ୍ତୁ

ବୃଷ: 
କୃତିକା  - ପୁରୁଣା ରୋଗ ବ୍ୟାଧ ଜନିତ ପୀଡା ଦୁଶ୍ଚିନ୍ତାର କାରଣ ହୋଇପାରେ
ରୋହିଣୀ – ନିସ୍ପଳତା ଓ ନିରାଶ ଭାବ ଦେଖାଦେବ
ମୃଗଶିରା – ବ୍ୟବସାୟରେ ହାନି ଘଟିବ
ପ୍ରତିକାର – ଦହି, ମିଶ୍ରି,ଅରୁଆ ଚାଉଳ କୌଣସି  ମନ୍ଦିରରେ ଦାନ କରନ୍ତୁ            

ମିଥୁନ: 
ମୃଗଶିରା  - ପିଲାମାନେ ପାଠ ପଢାରେ ଅଗ୍ରସର ହୋଇ ପାରନ୍ତି
ଆଦ୍ରା -  କର୍ମକ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ
ପୁନର୍ବସୁ -  ଶାରିରୀକ କ୍ଲେଶ ଦୂର ହୋଇଯିବ
ପ୍ରତିକାର – ସବୁଜ ରଙ୍ଗର ପୋଷାକ କୌଣସି କିନ୍ନରଙ୍କୁ ଦାନ କରନ୍ତୁ

କର୍କଟ: 
ପୁନର୍ବସୁ -  ଯାନବାହନ ଓ ସାମୟିକ ସମସ୍ୟା ଦେଖା ଦେଇପାରେ
ପୁଷ୍ୟା – ପରୋକ୍ଷ ଷଡଯନ୍ତ୍ର ମନରେ ହତାଶ ଭାବ ଦେଖା ଦେଇପାରେ 
ଅଶ୍ଳେଷା -  ପ୍ରିୟବ୍ୟକ୍ତିଙ୍କୁ ହରାଇ ମାନସିକ ଅସ୍ଥିରତା ଅନୁଭବ କରିବାକୁ ପଡିପାରେ
ପ୍ରତିକାର – ଭୂବନେଶ୍ୱରୀଙ୍କ ମନ୍ତ୍ର ପାଠ କରନ୍ତୁ 

ସିଂହ: 
ମଘା – ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହୋଇପାରନ୍ତି 
ପୂ , ଫାଲଗୁନୀ -  ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ
ଉ ,ଫାଲଗୁନୀ – କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ

କନ୍ୟା: 
ଉ , ଫାଲଗୁନୀ – ରାଜନୈତିକ ନେତାମାନେ ଶାନ୍ତିକାମୀ ହେବେ 
ହସ୍ତା – ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ
ଚିତ୍ରା –ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି
ପ୍ରତିକାର -  ଓଁ ଶ୍ରୀଂ ମହାଲକ୍ଷୈା ନମଃ ଜପ  କରନ୍ତୁ      

ତୁଳା: 
ଚିତ୍ରା – ଶିଳ୍ପ ବାଣିଜ୍ୟରେ କ୍ଷେତ୍ରରେ ଅଭିବୃଦ୍ଧି ଘଟିପାରେ
ସ୍ୱାତୀ – ବହୁଦିନରୁ ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିପାରିବେ
ବିଶାଖା – ଆଇନ ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ
ପ୍ରତିକାର – ଭଗବାନଙ୍କର ମୀନ ଅବତାର ଫଟୋକୁ ପୂଜା କରନ୍ତୁ

ବିଛା: 
ବିଶାଖା – ଆତ୍ମୀୟସ୍ୱଜନ ଆପଣଙ୍କ ବିରୋଧୀ ହେବେ
ଅନୁରାଧା – ଦୈହିକ ଅସୁସ୍ଥତା କରଦାତାଙ୍କ ଚାପ ସମସ୍ୟା ଦେଖାଦେବ
ଜ୍ୟେଷ୍ଠା  –  ନିଜ ଲୋକଙ୍କ ବେଖାତିର ମନୋଭାବ ମାନସିକ ଅଶାନ୍ତିର କାରଣ ହୋଇପାରେ  
ପ୍ରତିକାର – ଓଁ  ଅଂ ଅଙ୍ଗାରକାୟ ଜପ କରନ୍ତୁ

ଧନୁ: 
ମୂଳା – ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ। କୌଣସି ଅସ୍ୱାଭାବିକ ଘଟଣାରେ ସମ୍ପୃକ୍ତ ରହିବେ
ପୂ , ଷାଢା – ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି
ଉ , ଷାଢା – ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ
ପ୍ରତିକାର- ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ 

ମକର: 
ଉ , ଷାଢା -  ପ୍ରେମିକ, ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ କରିବେ
ଶ୍ରବଣା – ପ୍ରତିକୂଳ ପରିସ୍ଥିତି ମଧ୍ୟ ଦେଇ ମଧ୍ୟ ପାରିବାରିକ ଦାୟିତ୍ୱ ସୂଚାରୁରୂପେ ତୁଳାଇବେ
ଧନିଷ୍ଠା – ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି
ପ୍ରତିକାର – ଦକ୍ଷିଣ କାଳୀଙ୍କୁ ପୂଜା କରନ୍ତୁ

କୁମ୍ଭ: 
ଧନିଷ୍ଠା – ଚାକିରିରେ କ୍ଷେତ୍ରରେ ଭଲ ଫଳ ପାଇବେ
ଶତଭିଷା – ଆରୋଗ୍ୟ ଲାଭ ସହ ବୌଦ୍ଧିକ ବିକାଶ ଘଟିବ
ପୂ , ଭାଦ୍ରପଦ  – ହଠାତ କୌଣସି ବିଦେଶା ଗତ ହୋଇ ଉଦ୍ଧାର ପାଇବେ
ପ୍ରତିକାର – ନୀଳ, ବା କଳା ରଙ୍ଗର ଟୋପି ଧାରଣ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ କଳହ ଦେଖା ଦେଇପାରେ 
ଉ , ଭଦ୍ରପଦ - ସୃଜନଶୀଳତା ଓ  ଧର୍ମକାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେବ
ରେବତୀ – ବନ୍ଧୁତା ସୂତ୍ରରେ ଆବଦ୍ଧ ରହି କର୍ତବ୍ୟରେ ତ୍ରୁଟି ରହିବ
ପ୍ରତିକାର – ହଳଦୀ ଖଣ୍ଡକୁ ଘୋରି ତିଲକ ଭାବରେ ମଥାରେ ଲଗାନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)