ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ଶୁକ୍ରବାର । ତିଥି – ୧୨ଶୀ ଦିବା ୧୧/୪୮/୧୫ ଗତେ ୧୩ଶୀ, ଚନ୍ଦ୍ର- ମେଷ ଅହୋରାତ୍ର, ଘାତ ଚନ୍ଦ୍ର- ମେଷ ରାଶିର ଅହୋରାତ୍ର , ଘାତ ବାର- ବିଛା ,ଧନୁ ଓ ମୀନ ରାଶିର, ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୧୧/୪୮/ ୧୫ ପର୍ଯ୍ୟନ୍ତ ।
ଶୁଭ ସମୟ :- ପ୍ରାତଃ ୦୬/୦୩/୫୩ ରୁ ୦୬/୫୬/୧୨, ଦିବା ୧୨/୧୦/୦୩ ରୁ ୦୨/୪୬/୫୮, ସନ୍ଧ୍ୟା ୦୬/୧୬/୧୨ ରୁ ୦୮/୨୭/୧୫, ରାତ୍ରି ୧୨/୪୯/୨୦ ରୁ ୦୩/୦୦/୨୩, ରାତ୍ରି ୦୩/୪୪/୦୪ ରୁ ୦୫/୧୧/୨୬
ଅଶୁଭ ସମୟ :- ରାହୁକାଳ- ଦିବା ୧୦/୦୫/୪୯ ରୁ ୧୧/୪୩/୫୩ , କାଳବେଳା- ଦିବା ୧୦/୦୫/୪୯ ରୁ ୧୧/୪୩/୫୩, ବାରବେଳା – ଦିବା ୦୮/୨୭/୪୪ ରୁ ୧୦/୦୫/୪୯, କାଳରାତ୍ରି- ରାତ୍ରି ୦୯/୦୦/୦୦ ରୁ ୧୦/୨୧/୫୫,
ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ମେଷ :-
- ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ଅଶେଷ ସୁଖ ଲାଭ କରିବେ
- ସର୍ବଦା କାର୍ଯ୍ୟଶୀଳ ବୋଲାଇବେ ଓ ଆର୍ଥିକ ଚିନ୍ତା ରହିବ ନାହିଁ
- ପାରିବାରିକ ଅଶାନ୍ତି ଆଦୈ ରହିବ ନାହିଁ
ପ୍ରତିକାର – କୈଣସି ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ
ବୃଷ :-
- କର୍ମ କ୍ଷେତ୍ରରେ ଓ କୃଷି କ୍ଷେତ୍ରରେ ଉନ୍ନତି କରିବେ
- ଶାରିରୀକ କ୍ଲେଶ ଦୂର ହୋଇଯିବ
- ପିଲାମାନେ ପାଠ ପଢାରେ ଅଗ୍ରସର ହୋଇପାରନ୍ତି
ପ୍ରତିକାର –ଶ୍ରୀ ଭାର୍ଗବଙ୍କ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ମିଥୁନ :-
- ପ୍ରତିକୂଳ ପରିସ୍ଥିତି ମଧ୍ୟଦେଇ ମଧ୍ୟ ପାରିବାରିକ ଦାୟିତ୍ୱ ସୂଚାରୁରୂପେ ତୁଳାଇବେ
- ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସଋତ ହେବେ
- ସମାନ ବିଚାର ଧାରା ଲୋକଙ୍କ ସହିତ ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି
ପ୍ରତିକାର – ଶ୍ରୀ ହନୁମାଙ୍କ ଚାଳିଶା ପାଠ କରନ୍ତୁ
କର୍କଟ :-
- ଚାକିରି କ୍ଷେତ୍ରରେ ସମ୍ମାନ ଲାଭ କରିବେ
- ବିରେଧୀ ମାନେ ସତ ଚେଷ୍ଟା କରିଲେ ମଧ୍ୟ କୈଣସି କ୍ଷତି କରିପାରିବେ ନାହିଁ
- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ
ପ୍ରତିକାର – ଭୋକିଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ
ସିଂହ :-
- ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦରେ ପଡିପାରନ୍ତି
- ଆପଣଙ୍କ ସ୍ଥିତି ବିପର୍ଯ୍ୟସ୍ତ ହୋଇପାରେ, ଏବଂ କୈଣସି ଅସ୍ୱାଭାବିକ ଘଟଣାରେ ସପୃକ୍ତ ରହିବେ
- ଦୁର୍ବଳତା ଯୋଗୁ କାମ କରିବାରେ ଆଗ୍ରହ ପ୍ରକାଶ କରିବେ ନାହିଁ
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କନ୍ୟା :-
- କର୍ମ କ୍ଷେତ୍ରରେ ଭାରସାମ୍ୟ ରହିବ ନାହିଁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବ
- କୈଣସି ଠକାମିର ଶିକାର ହୋଇପାରନ୍ତି ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ
- ବୃଥା କାର୍ଯ୍ୟରେ ବ୍ୟୟ ବଢିପାରେ
ପ୍ରତିକାର – ସୂର୍ଯ୍ୟନାରାୟଣଙ୍କର ପୂଜାର୍ଚ୍ଚନା କରନ୍ତୁ
ତୁଳା :-
- ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ
- ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ଆଦି ଫଳ ଭୋଗ କରିବେ
- ବିଦ୍ୟାର୍ଥୀ ମାନେ କୁସଙ୍ଗ ଦୋଷରୁ ଦୂରରେ ରହିବେ
ପ୍ରତିକାର – ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ
ବିଛା :-
- ଧାର କରଜ ସୁଝିବା ପାଇଁ ସୁଯୋଗ ପାଇବେ
- ପାରିବାର ରେ ସୁସ୍ଥ ବାତାବରଣ ଜାରି ରହିବ
- ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ
ପ୍ରତିକାର – ମା ବଗମାମୁଖୀଙ୍କର ମନ୍ତ୍ର ପାଠ କରନ୍ତୁ ।
ଧନୁ :-
- ଶୁଭ କାମରେ ବାଧାବିଘ୍ନ ଓ ବିଳମ୍ବ ପ୍ରକ୍ରିୟା ଦେଖା ଦେଇପାରେ
- ଅନ୍ୟ ମାନଙ୍କ ଠାରୁ ହାତେ ମାପି ଚାଖଣ୍ଡେ ଚାଲିବା ନୀତି ଅବଲମ୍ବନ କରନ୍ତୁ
- ମହିଳା ମାନେ କାହାରିକୁ ସନ୍ତୁଷ୍ଟ କରି ନପାରନ୍ତି
ପ୍ରତିକାର – ଶିବଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମକର :-
- ସବୁଦିଗରୁ ଆପଣଙ୍କର ସୁନାମ ଓ ଆୟ ବୃଦ୍ଧି ହୋଇପାରେ
- ରାଜନୈତିକ ନେତା ମାନେ ଶାନ୍ତିକାମୀ ହେବେ
- ନୂତନ ଗୃହ ନିର୍ମାଣ କିମ୍ବା ଜମି କ୍ରୟ କରି ପାରନ୍ତି
ପ୍ରତିକାର – ଶନିଙ୍କର ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ :-
- କର୍ମଚାରୀ ମହଲରେ ଆନନ୍ଦର ବାତାବରଣ ରହିବ
- ସାମାଜିକ ଅନୁଷ୍ଠାନ ଦ୍ୱାରା ସମ୍ନାନିତ ହୋଇପାରନ୍ତି
- ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ
ମୀନ :-
- ଅଶାନ୍ତିର ବାତାବରଣ ଘଟି ଅର୍ଥ ବ୍ୟୟ ହେବା ସଙ୍ଗେ ସଙ୍ଗେ ମନସ୍ତାପ ଦେଖାଦେବ
- ଶତ୍ରୁମାନେ ଆପଣଙ୍କୁ ମାଲିମକଦ୍ଦମାରେ ପକାଇ ଖର୍ଚ୍ଚାନ୍ତ କରିପାରନ୍ତି
- କୃଷି କ୍ଷେତ୍ରରେ ଫସଲ ହାନି ଘଟିପାରେ
ପ୍ରତିକାର – ତାରାଙ୍କର ମନ୍ତ୍ର ପାଠ କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)