ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶନିବାର । ତିଥି – ୫ମୀ ରାତ୍ରି ୧୨/୨୦ ଗତେ ୬ଷ୍ଠୀ । ଚନ୍ଦ୍ର – ମକର ସନ୍ଧ୍ୟା ୦୬/୪୩ ଗତେ କୁମ୍ଭ । ଘାତ ଚନ୍ଦ୍ର- ସିଂହ ରାଶିର, ସନ୍ଧ୍ୟା ୦୬/୪୩ ଗତେ ମିଥୁନ ଓ ମୀନ ରାଶିର । ଘାତ ବାର – ବୃଷ, ସିଂହ, କନ୍ୟା ରାଶିର, ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ - କୃଷି ହାନି- ଭୂମିଦାନ ।
ଶୁଭ ସମୟ-
ଦିବା ୧୦/୦୮ ରୁ ୧୨/୧୪
ଋାତ୍ରି ୦୭/୪୪ ରୁ ୦୭/୫୦
ରାତ୍ରି ୧୧/୨୬ ରୁ ୦୧/୩୫
ରାତ୍ରି ୦୩/୦୨ ରୁ ୦୫/୫୧
ଅଶୁଭ ସମୟ
ଋାହୁକାଳ - ଦିବା ୦୮/୨୯ ରୁ ୧୦/୦୮
କାଳବେଳା - ପ୍ରାତଃ ୦୧/୧୧ ରୁ ୦୬/୫୦
ବାରବେଳା – ଦିବା ୦୧/୨୬ ରୁ ୦୩/୦୫
କାଳରାତ୍ରି- ସନ୍ଧ୍ୟା ୦୬/୨୩ ରୁ ୦୭/୪୪
ଆଜିର ରାଶିଫଳ:
ମେଷ:-
ଅଶ୍ୱନୀ – ଆତ୍ମବିଶ୍ୱାସ ଓ ଆଶାକୁ ନେଇ ଆଗକୁ ବଢିବେ ।
ଦ୍ୱିଜା – କିଛି ନୂଆ ଅନୁଭବ ପ୍ରାପ୍ତ ହୋଇପାରେ ।
କୃତିକା – କାର୍ଯ୍ୟରେ ନୂଆ ଉପାୟ ପ୍ରୟୋଗ କରିବାକୁ ଚେଷ୍ଟା କରିବେ ।
ପ୍ରତିକାର - ୭ଟି ଜବଧାନକୁ ଗୋମୂତ୍ରରେ ୭ଥର ଧୋଇ ଲାଲ କନାରେ ବାନ୍ଧି ଜଳରେ ଭସାଇ ଦିଅନ୍ତୁ
ବୃଷ:-
କୃତିକା - ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହୋଇପାରେ ।
ରୋହିଣୀ – ଦୁର୍ବଳ ଇଚ୍ଛା ଶକ୍ତି ହେତୁ ଆପଣଙ୍କର ମାନସିକ ଅଶାନ୍ତି ଘଟିପାରେ ।
ମୃଗଶିରା – ତରବରିଆ ଭାବେ ନିଷ୍ପତି ନିଅନ୍ତୁ ନାହିଁ ।
ପ୍ରତିକାର – ମା କମଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
ମିଥୁନ:-
ମୃଗଶିରା - ବ୍ୟବସାୟରେ ମାନ୍ଦା ଦେଖା ଦେଇପାରେ ।
ଆଦ୍ରା - ଶତ୍ରୁ ଓ ବିରୋଧି ମାନେ କ୍ଷତି କରି ପାରନ୍ତି ।
ପୁନର୍ବସୁ - ଜୀବନ ସାଥିଙ୍କ ସହିତ ମନମାଳିନ୍ୟ ଦେଖାଦେଇ ପାରେ ।
ପ୍ରତିକାର – “ଓଁ ସୋମାୟ ବିଦ୍ମହେ ପିତାମ୍ବରାୟ ଧିମହି ତନ୍ନଃ ସୋମଃ ପ୍ରଚେଦୟାତ” ଜପ କରନ୍ତୁ ।
କର୍କଟ:-
ପୁନର୍ବସୁ - କାର୍ଯ୍ୟରେ ଉତମ ଅବସର ମିଳିପାରେ ।
ପୁଷ୍ୟା – ଲୋକଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ ।
ଅଶ୍ଳେଷା – ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ ।
ପ୍ରତିକାର – ମା ଭୂବନେଶ୍ୱରୀଙ୍କର ମନ୍ତ୍ର ପାଠ କରନ୍ତୁ ।
ସିଂହ:-
ମଘା – ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇପାରନ୍ତି ।
ପୂ , ଫାଲଗୁନୀ - ଅନ୍ୟ ମାନଙ୍କ ସହିତ ଭଲ ତାଳ ମେଳ ରହିବ ।
ଉ ,ଫାଲଗୁନୀ – ସବୁକାମ ସହଜରେ ସମ୍ପୁର୍ଣ୍ଣ ହୋଇଯିବ ।
ପ୍ରତିକାର – ବିଷ୍ଣୁ ମନ୍ଦିରରେ କିଛି ଦାନ କରନ୍ତୁ ।
କନ୍ୟା:-
ଉ , ଫାଲଗୁନୀ – ତର୍କ ଶକ୍ତିକୁ ଆପଣ ମଜବୁତ କରି ରଖନ୍ତୁ ।
ହସ୍ତା - ପାରିବାରିକ ଜୀବନ ସୁଖ କର ହେବ ।
ଚିତ୍ରା – ସନ୍ତାନଙ୍କ ସଫଳତା ଦେଖି ଆପଣ ଖୁସି ଅନୁଭବ କରିବେ ।
ପ୍ରତିକାର - ସକାଳୁ କିଛି ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।
ତୁଳା:-
ଚିତ୍ରା – ଅଧିକ ପରିଶ୍ରମ କରିଲେ ଜରୁରୀ କାମ ପୁରା ହୋଇଯିବ ।
ସ୍ୱାତୀ – ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ ।
ବିଶାଖା – ପ୍ରେମିକ, ପ୍ରେମିକା ମାନଙ୍କ ପାଇଁ ଦିନଟି ଭଲରେ କଟିବ ।
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜା କରନ୍ତୁ ।
ବିଛା:-
ବିଶାଖା – ଦିନଟି ଆପଣଙ୍କର ଆନନ୍ଦ ଉଲ୍ଲାସ ଭରା ରହିବ ।
ଅନୁରାଧା - ସଫଳତା ପାଇଁ ପ୍ରୟାସ ଜାରି ରଖନ୍ତୁ ।
ଜ୍ୟେଷ୍ଠା – ବିବାହିତଙ୍କ ପାଇଁ ଦିନଟି ଶୁଭ ରହିବ ।
ପ୍ରତିକାର – ରୁଟି ତିଆରି କରି କୁକୁରକୁ ଖାଇବାକୁ ଦିଅନ୍ତୁ ।
ଧନୁ:-
ମୂଳା – ନିଜ କାମରେ ଯାତ୍ରା ଆପଣଙ୍କ ଲାଗି ଅସୁବିଧା ଜନକ ହେବ ।
ପୂ , ଷାଢା – କୈଣସି କଥାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ ।
ଉ , ଷାଢା – ବ୍ୟର୍ଥ କଥାଠୁ ନିଜକୁ ଦୂରରେ ରଖନ୍ତୁ ।
ପ୍ରତିକାର – ଅଶ୍ୱତଥ୍ ଗଛରେ ହଳଦିଆ ରଙ୍ଗର ସୂତା ଗୁଡାନ୍ତୁ ।
ମକର:-
ଉ , ଷାଢା - ରଚନାତ୍ମକ କାର୍ଯ୍ୟ ଲାଗି ସମୟ ଦେଇପାରନ୍ତି ।
ଶ୍ରବଣା – ଜୀବନ ସାଥିଙ୍କ ସହିତ ଅଧିକ ସମୟ ବିତାଇବେ ।
ଧନିଷ୍ଠା – ଅଚାନକ ଧନ ଲାଭ ହୋଇପାରେ ।
ପ୍ରତିକାର – ଭଗବାନଙ୍କର ବିଗ୍ରହକୁ ପୂଜା କରନ୍ତୁ ।
କୁମ୍ଭ:-
ଧନିଷ୍ଠା - ସମସ୍ତଙ୍କ ପ୍ରତି ଆପଣଙ୍କର ବ୍ୟବହାର ଭଲ ରହିବ ।
ଶତଭିଷା – ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଥ ଖୋଲିବ ।
ପୂ, ଭାଦ୍ରପଦ – ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ ।
ପ୍ରତିକାର – “ଶନିଶ୍ଚରାୟ ବିଦ୍ମହେ ସୂର୍ଯ୍ୟପୁତ୍ରାୟ ଧିମହି ତନ୍ନଃ ମନ୍ଦ ପ୍ରଚେଦୟାତ” ମନ୍ତ୍ର ଜପ କରନ୍ତୁ ।
ମୀନ:-
ପୂ , ଭାଦ୍ରପଦ - ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ ।
ଉ , ଭଦ୍ରପଦ - ପାରିପାରିକ ଜୀବନ ସୁଖକର ହୋଇପାରେ ।
ରେବତୀ – ଜମି , ଦଲାଲ୍ଙ୍କୁ ଯଥେଷ୍ଟ ଲାଭ ମିଳିବ ।
ପ୍ରତିକାର – ବୃହସ୍ପତିଙ୍କର ଇଷ୍ଟ ଦେବୀ ମା ତାରାଙ୍କର ପୂଜା କରନ୍ତୁ ।
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)