Khadiratna Panjika
ଚଳିତ ବର୍ଷ ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ଓଡ଼ିଆ ପଞ୍ଜିକାରେ ମଧ୍ୟ ଗଣନା କରାଯାଇଥିଲା। ଅସଲି ଖଡ଼ିରତ୍ନ ପଞ୍ଜିକାରେ ଅକ୍ଟୋବରରେ ବାତ୍ୟା ନେଇ ଉଲ୍ଲେଖ ରହିଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି।
ଅସଲି ଖଡ଼ିରତ୍ନ ପଞ୍ଜିକାରେ ପାଣିପାଗ ସଂପର୍କରେ ଯାହା ଗଣନା କରାଯାଇଛି ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ଼, କାକଟପୁର, ନିଆଳି ଆଦି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ଼, ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।
ଅକ୍ଟୋବର ୧୭ରୁ ୨୩ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ଼, ଲଘୁଚାପ, ଜୁଆର ତଥା ବନ୍ୟା ବିତ୍ପାତ ଦ୍ବାରା ବହୁ ଧନଜୀବନ ପ୍ରଭାବିତ ହେବା ନେଇ ପଞ୍ଜିକାରେ ଗଣନା କରାଯାଇଥିଲା। ବାତ୍ୟା ସଂପର୍କିତ ତଥ୍ୟକୁ ନେଇ ଥିବା ପଞ୍ଜିକାର ଏହି ପୃଷ୍ଠା ଏବେ ଭାଇରାଲ୍ ହେବାରେ ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729577586.jpg)