Advertisment

ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସି ଯୁବକ ନିଖୋଜ

ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା।

Accident

Accident

Advertisment

ସେଲଫି ହେଲା କାଳ । ମୋବାଇଲରେ ସେଲଫି ନେଉ ନେଉ ପାଣିରେ ଗୋଡ଼ ଖସିଯିବାରୁ ଯୁବକ ନିଖୋଜ । ସୁନ୍ଦରଗଡ଼ ତଳସରା କାନକୁଣ୍ଡ ପିକନିକ୍ ସ୍ପଟରେ ଏଭଳି ଅଘଟଣ ଘଟିଛି ।  ରାଉରକେଲାର ସେକ୍ଟର ୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ଆସିଥିଲେ । ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା ।

Advertisment

ପରେ ସୋମେଶଙ୍କ ତିନି ସାଙ୍ଗ ଓ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ତାଙ୍କୁ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିନଥିଲା । ପରେ ଅଗ୍ନିଶମ ବାହିନୀ ଆସି ସର୍ଚ୍ଚ ଅପରେସନରେ ସାମିଲ ହୋଇଛି । ତେବେ ସଂଧ୍ୟା ସୁଦ୍ଧା ସୋମେଶଙ୍କ କୌଣସି ଖୋଜଖବର ମିଳିପାରି ନାହିଁ । ଆଜିର ଏହି ଦୁର୍ଘଟଣାସ୍ଥଳରେ ପୂର୍ବରୁ ମଧ୍ୟ ସମାନ ଘଟଣା ଘଟିଥିଲା । ସେଲଫି ନେଉଥିବା ବେଳେ ପୂର୍ବରୁ ଏଠାରେ ଦୁଇ ଜଣଙ୍କ ଜୀବନ ଯାଇଥିଲା ।

Accident Picnic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ