Advertisment

କାଳ ହେଲା ପହଁରା ଶିଖା, ମହାନଦୀରେ ବୁଡ଼ି ଯୁବକ ମୃତ

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
Youth Dies While Learning Swimming In Mahanadi River

Youth Dies While Learning Swimming In Mahanadi River

Advertisment

ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି। କଟକ ଯୋବ୍ରା ବ୍ୟାରେଜ୍‌ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ। ମୃତ ଯୁବକ ହେଲେ ପୀର୍‌ ବଜାରର ସୋହେଲ ଖାନ୍‌।

Advertisment

ସୂଚନା ଅନୁସାରେ, ଆଜି ସକାଳେ ଯୋବ୍ରା ବ୍ୟାରେଜ୍‌ରେ ନିମପୁର ଆଥଲେଟିକ ନାମକ ଏକ ସଂସ୍ଥା ପକ୍ଷରୁ ସୁଇମିଂ ଟ୍ରେନିଂ ଦିଆଯାଉଥିଲା। ୬୦ ଜଣ ପିଲା ଟ୍ରେନିଂ ନେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ସୋହେଲ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ। 

ଖବରପାଇ ODRAF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟାଏରୁ ଅଧିକ ସମୟ ଧରି ସୋହେଲଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ତାଙ୍କର ମୃତଦେହ ମିଳିଥିଲା। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। 

Advertisment
Mahanadi River Youth Dies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ