Advertisment

ଟ୍ରେନ୍ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର; ଟ୍ରାକ୍‌ରୁ ମିଳିଲା କାଠଗଣ୍ଡି

ପୁଣି ଟ୍ରେନ୍‌କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍‌କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।

ଅଦ୍ୟତନ ହୋଇଛି
train

train

Advertisment

ପୁଣି ଟ୍ରେନ୍‌କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍‌କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ। ରେଳଧାରଣାରୁ ଏଲପିଜି ସିଲିଣ୍ଡର, ଲୁହାରଡ୍ ଓ ପଥର ମିଳିବା ପରେ ଏବେ ପ୍ରାୟ ୨ଫୁଟ ଲମ୍ୱ ଓ ୬କେଜି ଓଜନର କାଠଗଣ୍ଡି ରଖି ଟ୍ରେନ୍ ଦୁର୍ଘଟଣା କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା। ତେବେ ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଲଗାଇବା ସହ ରୁରୀକାଳୀନ ବ୍ରେକ୍ ଲଗାଇ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦେଇଥିଲେ।

Advertisment

ସୂଚନା ଅନୁସାରେ, ଅକ୍ଟୋବର ୨୪ତାରିଖ ରାତିରେ ବରେଲି-ବାରାଣାସୀ ଏକ୍ସପ୍ରେସକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଥିଲା। କେହି ଦୁର୍ବୃତ୍ତ ରେଳ ଟ୍ରାକ୍‌ରେ କାଠଗଣ୍ଡି ରଖି ଦେଇଥିଲେ। ହଠାତ ଲୋକୋ ପାଇଲଟଙ୍କ ନଜର ଏହା ଉପରେ ପଡିଯିବାରୁ ସେ ଟ୍ରେନ୍‌କୁ ଅଟକାଇଥିଲେ। ଘଟଣା ପରେ ତୁରନ୍ତ ରେଳ ଅଧିକାରୀ ଏବଂ ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦିଆଯାଇଥିଲା। ସଙ୍ଗେସଙ୍ଗେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କାଠଗଣ୍ଡି ଦେଖିଥିଲେ। ଅଧିକାରୀମାନେ ଏହି କାଠଗଣ୍ଡିକୁ ହଟାଇ ଟ୍ରାକ କ୍ଲିୟର ପ୍ରକ୍ରିୟା ଆରମ୍ଭ କରିଥିଲେ।

ଏହି ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ​। ଏହା ସହିତ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ କରାଯାଇଛି। ଏହି ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି ରେଳ ଅଧିକାରୀମାନେ ମାଲିହାବାଦ ରେଳ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି ଏବଂ ତଦନ୍ତ ଆରମ୍ଭ ହୋଇଛି। କିଏ ଏହି ଷଡଯନ୍ତ୍ର ରଚିଛି ଏବଂ କେଉଁ ଉଦ୍ଦେଶ୍ୟରେ ଏହା କରାଯାଇଛି ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି।

Advertisment
Train Accident Railways Train Derailment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ