Advertisment

କୋଲକାତାରୁ ପାରାଦୀପ ଆସୁଥିବା ବସ୍‌ରେ ନିଆଁ: ଜଣେ ମୃତ, ବସ୍‌ରେ ଥିଲେ ୩୮ ଯାତ୍ରୀ...

ନିଆଁ ଲାଗି ଯାଇଥିବା ବସ୍‌ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା ।

ଅଦ୍ୟତନ ହୋଇଛି
Woman charred to death after passenger bus catches fire in Odisha

Woman charred to death after passenger bus catches fire in Odisha

Advertisment

କୋଲକାତାରୁ ପାରାଦୀପ ଆସୁଥିବା ଏକ ବସ୍‌ରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ପୁଷ୍ପାଞ୍ଜଳି ଦାସ । ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ନୋଳିଆ ଗାଁରେ । ନିଆଁ ଲାଗିଥିବା ବସ୍‌ରେ ୩୮ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୩୧ ଜଣ ଓଡ଼ିଶାର ଥିବା ସୂଚନା ମିଳିଛି । କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ ଜଣ ଯାତ୍ରୀ ଅଛନ୍ତି। 

Advertisment

ଅଗ୍ନିକାଣ୍ଡ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ମେଦିନାପୁର ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ ଓ ଖଡପୁର ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବସ୍‌ରେ କେମିତି ନିଆଁ ଲାଗିଲା ? ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ନିଆଁ ଲାଗି ଯାଇଥିବା ବସ୍‌ଟି ଗତକାଲି ରାତିରେ କୋଲକତାର ବାବୁଘାଟ ବସଷ୍ଟାଣ୍ଡାରୁ ପାରାଦୀପ ଆସୁଥିଲା । ତେବେ ଅଧା ବାଟରେ ବସ୍‌ଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ଖଡ଼ଗପୁର ଗ୍ରାମୀଣ ଥାନା ମାଦପୁର ନିକଟରେ ରାତି ପ୍ରାୟ ସାଢ଼େ ୯ରୁ ୧୦ଟା ମଧ୍ୟରେ ଏହି ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ।

Advertisment

ଖବର ପାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ସହ ଏକ ଡାକ୍ତରୀ ଟିମ୍ ଘଟଣାସ୍ଥଳକୁ ପଠାଯାଇଥିଲା । ଜଳେଶ୍ୱର ତହସିଲଦାର ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ଓଡ଼ିଶାର ଆହତ ମାନଙ୍କୁ ଏକ ସ୍ୱତନ୍ତ୍ର ବସ୍‌ରେ ଅଣାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ