Advertisment

Flight Crash: ଭୟଙ୍କର ବିମାନ ଦୁର୍ଘଟଣା, ଥିଲା ୧ ଲକ୍ଷ ଲିଟର ଇନ୍ଧନ...ବିଶେଷଜ୍ଞ କହିଲେ କାରଣ...

ଦୁଇଟିଯାକ ଇଞ୍ଜିନ କ୍ଷମତା ହରାଇଛନ୍ତି । ଟେକଅଫ୍ ପରଫେକ୍ଟ ଥିଲା । କିଛି ବାଟ ପରେ ଆଉ ଉପରକୁ ଉଠିନଥିଲା । ତଳକୁ ଖସିଥିଲା । ଇଞ୍ଜିନ କାମ କରିନଥିଲା କିମ୍ୱା ଉପରକୁ ଉଠିବାକୁ ଅସମର୍ଥ ଥିଲା । ବିମାନଟି ଖସିବା ବେଳେ ନିୟନ୍ତ୍ରଣରେ ଥିଲା ପରି ମନେ ହେଉଛି । ପାଇଲଟ୍ ମେଡେ (mayday) କଲ୍ କରିଥିଲେ । କିନ୍ତୁ ପରେ ବିମାନ ସହ ଯୋଗାଯୋଗ କରାଯାଇପାରିନଥିଲା ।

ଅଦ୍ୟତନ ହୋଇଛି
Plane Crash

Plane Crash

Advertisment

ଅହମଦାବାଦ ବିମାନ ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ବିମାନ ବନ୍ଦରରୁ ଉଡାଣ ଭରିବାର ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଲଣ୍ଡନ ଅଭିମୁଖେ ଯାଉଥିବା ବିମାନ । ଦିନ ପ୍ରାୟ ଗୋଟାଏ ୩୦ ମିନିଟରେ ଖସି ପଡିଥିଲା ବିମାନ । ବିମାନରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ମେମ୍ୱର ଥିଲେ । ବିମାନରେ ମୋଟ ୨୪୨ ଜଣ ଥିଲେ । ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ମଧ୍ୟ ଥିଲେ ।

Advertisment

ବିମାନଟି ପ୍ରାୟ ୬୮୦୦ କିଲୋମିଟର ଯାତ୍ରା କରିବାର ଥିଲା । ତେଣୁ ବିମାନରେ ପ୍ରାୟ ୧ ଲକ୍ଷ ଲିଟର ଇନ୍ଧନ ଥିଲା । ବିମାନଟି ଯେଉଁ ସ୍ଥାନରେ ପଡିଲା, ସେଠାରେ ଏକ ଭୟଙ୍କର ବିସ୍ଫୋରଣ ହେଲା । ଆକାଶ ଧୂଆଁମୟ ହୋଇଗଲା । ଏତେ ପରିମାଣର ଇନ୍ଧନ ଥିବାରୁ ନିଆଁକୁ ଆୟତ୍ତ କରିବାକୁ ସେନାର ମଧ୍ୟ ସହାୟତା ନିଆଯାଇଛି । ତେବେ ବଡ କଥା ହେଉଛି, କେମିତି ହେଲା ଦୁର୍ଘଟଣା ? ଏହା ପଛର କାରଣ କ’ ଣ ?

ବିମାନଟି ମାତ୍ର ୬୨୫ ଫୁଟ ଉପରକୁ ଯାଇଛି । ତା ପରେ ଧୀରେ ଧୀରେ ଖସି ଏକ ଡକ୍ଟର ହଷ୍ଟେଲ ଉପରେ ପଡିଛି । ଟେକଅଫ୍ ସମୟରେ କାହିଁକି ୬୨୫ ଫୁଟ ଉପରକୁ ଉଠିପାରିଲାନି ବିମାନ । ତଦନ୍ତ ହେଲେ, ଘଟଣାର ସତ୍ୟାସତ୍ୟ ଜଣାପଡିବ ।

Advertisment

ତେବେ ଜଣେ ପୂର୍ବତନ ସିନିୟର ପାଇଲଟ୍ କ୍ୟାପଟେନ୍ ସୌରଭ ଭଟ୍ଟନଗର ଭାଇରାଲ୍ ହେଉଥିବା ଭିଡିଓକୁ ଦେଖି ତାଙ୍କର ମତାମତ ରଖିଛନ୍ତି । ସେ କହିଛନ୍ତି, ଯାହା ଜଣାପଡୁଛି ଟେକଅଫ୍ ସମୟରେ ଏକାଧିକ ପକ୍ଷୀ ମାଡ଼ ହୋଇଯାଇଛନ୍ତି । ତେଣୁ ଦୁଇଟିଯାକ ଇଞ୍ଜିନ କ୍ଷମତା ହରାଇଛନ୍ତି । କାରଣ ଟେକଅଫ୍ ପରଫେକ୍ଟ ଥିଲା । କିଛି ବାଟ ପରେ ଆଉ ଉପରକୁ ଉଠିନଥିଲା । ତଳକୁ ଖସିଥିଲା । ଇଞ୍ଜିନ କାମ କରିନଥିଲା କିମ୍ୱା ଉପରକୁ ଉଠିବାକୁ ଅସମର୍ଥ ଥିଲା । ବିମାନଟି ଖସିବା ବେଳେ ନିୟନ୍ତ୍ରଣରେ ଥିଲା ପରି ମନେ ହେଉଛି । ପାଇଲଟ୍ ମେଡେ (mayday) କଲ୍ କରିଥିଲେ । କିନ୍ତୁ ପରେ ବିମାନ ସହ ଯୋଗାଯୋଗ କରାଯାଇପାରିନଥିଲା । ତେଣୁ ବିମାନଟି ଅସୁବିଧାରେ ଥିବାର ସ୍ପଷ୍ଟ ଜଣାପଡୁଛି । ପାଇଲଟ୍ ମଧ୍ୟ ଜଣେ ଅଭିଜ୍ଞ ପାଇଲଟ୍ ଥିଲେ । 

ଅଧିକ ପଢ଼ନ୍ତୁ: ବିପଦ ଜାଣି MAYDAY CALL କରିଥିଲେ ପାଇଲଟ୍‌, କେମିତି ଟେକ୍‌-ଅଫ୍‌ର ୫ ମିନିଟ୍‌ରେ ହେଲା କ୍ରାସ୍ ?

Advertisment

ବିମାନ ବିଶେଷଜ୍ଞ ସଞ୍ଜୟ ଲାଜାର ମଧ୍ୟ ଏହା ସହ ଏକମତ ହୋଇଛନ୍ତି । ସେ କହିଛନ୍ତି, ବିମାନଟି ଉଡାଣ ଭରିବା ସମୟରେ ଯଦି ଏକାଧିକ ପକ୍ଷୀ ମାଡ ହୁଅନ୍ତି, ତେବେ ବିମାନଟି ଅତି ବେଶୀରେ ୬-୭ ମିନିଟ୍ ପର୍ଯ୍ୟନ୍ତ ଯାଇପାରିବ । ତା ପରେ ତଳେ ପଡିଯିବ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ମାତ୍ର ୧୧ ବର୍ଷର । କହିବାକୁ ଗଲେ ନୂଆ । ତେଣୁ ଏଥିରେ ଯାନ୍ତ୍ରୀକ ତ୍ରୁଟି ହେବାର ସମ୍ଭାବନା କମ୍ ବୋଲି ସେ କହିଛନ୍ତି । ଏୟାରପୋର୍ଟରୁ ବାହାରି ରେସିଡେନସିଆଲ୍ ଏରିଆରେ ପଡିଛି । ତେଣୁ ପକ୍ଷୀମାଡ଼ର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି । ତେବେ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ଅଧିକ ପଢ଼ନ୍ତୁ: ବିମାନରେ ଥିଲେ କେତେ ଭାରତୀୟ, ସୂଚନା ଦେଲା ଏୟାର ଇଣ୍ଡିଆ

Ahmedabad India-UK Flight Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ