Advertisment

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୨ଜୀବନ

ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ। କାନ୍ଥ ପଡ଼ି୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ଅନ୍ୟଜଣେ ବୃଦ୍ଧ ରହିଛନ୍ତି।

Wall Collapses

Wall Collapses

Advertisment

ବଙ୍ଗୋପସାଗରରେ ଅବପାତ ଯୋଗୁଁ ଜାରି ରହିଥିବା ଲଗାଣ ବର୍ଷାରେ ଯାଇଛି ଦୁଇ ଦୁଇଟି ଜୀବନ। ଘର କାନ୍ଥ ଭୁଶୁଡି ଉଭୟେ ପ୍ରାଣ ହରାଇଛନ୍ତି। ଜଣେ ୪ ବର୍ଷର ଶିଶୁ ଏବଂ ଅନ୍ୟ ଜଣେ ବୃଦ୍ଧ। ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ ଭାଟିପଡାରେ ମାଟିଘରର କାନ୍ଥ ଭୁଶୁଡି ଜଣେ ୪ ବର୍ଷର ଶିଶୁ ପ୍ରାଣ ହରାଇଛି। ବାପାଙ୍କ ସହ ଘରେ ଖେଳୁଥିବା ବେଳେ ଶିଶୁ ଉପରେ ମାଡି ବସିଥିଲା ଘର କାନ୍ଥ। ପ୍ରଥମେ ଶିଶୁକୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

Advertisment

ସେପଟେ ଅନୁଗୁଳ ବଅଁରପାଳ ବ୍ଲକ୍ ସାନକେରଜାଙ୍ଗ ଗାଁରେ ଘର କାନ୍ଥ ଭୁଶୁଡି ଜଣେ ବୃଦ୍ଧ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ପରଭା ଗୋଛାୟତ। ସେ ନଜି ଦୁଇ ନାତୁଣୀଙ୍କ ସହ ଘରେ ଶୋଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା। ଆହତ ତିନି ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ଅଜାଙ୍କୁ ମୃତ ଘୋଷଣା କରିଥିଲେ। ତିନି ବର୍ଷ ଓ ପାଞ୍ଚ ବର୍ଷର ଦୁଇ ଆହତ ନାତୁଣୀଙ୍କ ଚିକିତ୍ସା ଜାରି ରହିଛି।

ଏପଟେ ଲଗାଣ ବର୍ଷାରେ ମାଲକାନଗିରି ହାଲ୍ ବେହାଲ୍ ହୋଇଛି। ମାଲକାନଗିରି ଜିଲ୍ଲାର ୫ଟି ସ୍ଥାନରେ ବୁଡ଼ିଛି ପୋଲ। ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ। ଲୋକଙ୍କ ଘରେ ପାଣି ପଶିଛି। ମାଲକାନଗିରି ଜିଲ୍ଲାର କାଙ୍ଗୁରୁ କଣ୍ଡା ବ୍ରିଜ୍ ଉପରେ ଏବେ ୭ରୁ ୮ ଫୁଟ୍ ଉଚ୍ଚର ପାଣି ଚାଲିଛି। ଫଳରେ ମାଲକାନଗିରି ଓ କାଲିମେଳାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ସେହିଭଳି ପୋଟେରୁ, କନ୍ୟାଶ୍ରମ, MV-90 ଏବଂ MV-96 ପୋଲ ଉପରେ ମଧ୍ୟ ପାଣି ଚାଲୁଛି। ଏହି ୪ଟି ପୋଲ ମଧ୍ୟରୁ କେଉଁଠି ୨ରୁ ୩ ଫୁଟ ତ ଆଉ କେଉଁଠି ୩ରୁ ୪ ଫୁଟ ଉଚ୍ଚର ପାଣି ଚାଲିଛି।

Advertisment

ଜିଲ୍ଲାର ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ, ଓ କାଳିମେଳ-ପଡ଼ିଆ ମଧ୍ୟରେ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ସେହିଭଳି ଆନ୍ଧ୍ର ଓ ତେଲେଙ୍ଗାନ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ସମ୍ଭବ ହେଉନି।ଏପଟେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ଯୋଡାମ୍ବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପାଣି ପଶିଛି। ପାଣି ପ୍ରବଳ ମାତ୍ରାରେ ପ୍ରବେଶ କରିବା ଦ୍ୱାରା ବିଭିନ୍ନ ଔଷଧ ପତ୍ର, ମେଡିକାଲ କାଗଜପତ୍ର ଏବଂ କିଛି କିଛି ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ମେଡିକାଲରେ ପାଣି ପଶିବା ପରେ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇଥିଲା। ସୌଭାଗ୍ୟ ବଶତଃ ମେଡିକାଲ କର୍ମାଚାରୀ କି ରୋଗୀଙ୍କର କୌଣସି କ୍ଷତି ହୋଇନାହିଁ।

Wall Collapsed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ