Advertisment

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ

ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ର ମୃତ । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ୨ ଛାତ୍ର ।

ଅଦ୍ୟତନ ହୋଇଛି
Vishwakarma Idol Immersion Turns Fatal

Vishwakarma Idol Immersion Turns Fatal

Advertisment

ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ । ମୁହୁର୍ତ୍ତକ ମଧ୍ୟରେ ମିଳେଇ ଯାଇଛି ଭସାଣୀର ଖୁସି । ବାରିପଦାରେ ଡ୍ୟାମରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି । ବେତନଟୀ ଥାନା କାଠପାଳ ଚେକ୍ ଡ୍ୟାମରେ ବୁଡ଼ି ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ବୁଡ଼ି ଯାଇଥିଲେ । ଏହାପରେ ଉଭୟ ଛାତ୍ରଙ୍କର ପତ୍ତା ମିଳିନଥିଲା ।

Advertisment

ପରେ ଅଗ୍ନିଶମ ବାହିନୀ ଖବର ପାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଦୀର୍ଘ ଚାରି ଘଣ୍ଟା ପରିଶ୍ରମ ପରେ ଦୁଇ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଛାତ୍ରଦ୍ୱୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଓ କରଞ୍ଜିଆ ତାଟୋ ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର । ଉଭୟ ହଷ୍ଟେଲରେ ରହି ପାଠପଢୁଥିଲେ । ମୃତ ଛାତ୍ର ୨ ଜଣ ITIରେ ପଢୁଥିଲେ ବୋଲି ଜଣାପଡ଼ିଛି ।

Drowning Biswakarma Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ