Two sisters drown to death in Kendrapara
ଗୋବରୀ ନଦୀରେ ବୁଡ଼ିଗଲେ ୨ ସମ୍ପର୍କୀୟ ଭଉଣୀ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି । କେନ୍ଦ୍ରାପଡା ସଦର ଥାନା ବାବୁ ରାମ ପାଟଣା ଗାଁରେ ଏହି ଘଟଣା ଘଟିଛି ।
ଗାଁର ବାବାଜୀ ସାହୁ ଓ ସନ୍ତୋଷ ସାହୁଙ୍କ ଦୁଇ ଝିଅ ଘର ପାଖ ଗୋବରୀ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ l ଖବର ପାଇ ଗ୍ରାମବାସୀ ସନ୍ତୋଷଙ୍କ ଝିଅକୁ ଉଦ୍ଧାର କରି ହସ୍ପିଟାଲ୍କୁ ପଠାଇଥିଲେ । ତେବେ ବାବାଜୀଙ୍କ ଝିଅ ଏବେ ବି ନିଖୋଜ ଅଛନ୍ତି ।
ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି l ଉଭୟ ଝିଅଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡିଛି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700222624.jpg)