Rourkela NIT
ରାଉରକେଲାରେ ଅଘଟଣ। ବ୍ରାହ୍ମଣୀ ନଦୀରେ ବୁଡି ୨ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ରାଉରକେଲା NITକୁ ଇଣ୍ଟର୍ଣ୍ଣସିପ ପାଇଁ ଆସିଥିଲେ ବୋଲି ଜଣା ପଡିଛି।
ସୂଚନା ଅନୁସାରେ, ଆଜି ୬ଜଣ ଛାତ୍ରଛାତ୍ରୀ ସାଙ୍ଗ ହୋଇ ବେଦବ୍ୟାସ ବୁଲିବାକୁ ଯାଇଥିଲେ। ବୁଲାବୁଲି କରିବା ପରେ ସମସ୍ତେ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ହଠାତ୍ କୌଣସି କାରଣ ବଶତଃ ସେମାନେ ନଦୀରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକ ପାଟି ଶୁଣି ସେଠାରେ ପହଞ୍ଚି ଦେଖିବାବେଳକୁ ସମସ୍ତେ ଚିତ୍କାର କରୁଛନ୍ତି।
ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ୨ଜଣ ଛାତ୍ର ପାଣିରେ ବୁଡିଯାଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଉ ଜଣେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।
ତେବେ ମୃତକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନାହିଁ। ସେମାନେ ରାଉରକେଲା NITକୁ ଇଣ୍ଟର୍ଣ୍ଣସିପ ପାଇଁ ଆସିଥିଲେ ବୋଲି ପୋଲିସ ସୂଚନା ଦେଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717843884.jpg)