Bus Accident
ଘାଟିରେ ଛକି ବସିଥିଲା ଯମ । ଗଜପତି ରାୟଗଡରୁ ଫେରୁଥିବା ବେଳେ ଏକ ଘରୋଇ ବସ୍ ଗଞ୍ଜାମ ସୀମାନ୍ତ କାନକଟା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ମୃତକଙ୍କ ମଧ୍ୟରୁ ଜଣେ ମୋହନାର ଓ ଅନ୍ୟ ଜଣେ ପାତ୍ରପୁର ବ୍ଲକର ବୋଲି ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ପାତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇ ଦିଆଯାଇଛି । ଭରସାମ୍ୟ ହରାଇ ବସ୍ଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି ।
ସୂଚନା ଅନୁସାରେ ପ୍ରାୟ ୪୦ ଲୋକଙ୍କୁ ନେଇ ବସ୍ଟି ରାୟଗଡ଼ରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । କାନକଟା ଘାଟିରୁ ବାମ ପଟକୁ ଓଲଟି ପଡ଼ିଛି ବସ୍ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବିଡିଓ ଓ ପୋଲିସ୍ ଅଧିକାରୀ । ସ୍ଥାନୀୟ ଲୋକ, କିଛି ଜନ ପ୍ରତିନିଧି ଓ ପୋଲିସ୍ ସହାୟତାର ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁର୍ଘଟଣା ହୋଇଥିବା ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଘାଟି ରାସ୍ତା ଓ ଜଙ୍ଗଲରେ ପରିପୂର୍ଣ୍ଣ ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674214276.jpg)