Minor Death
ଯାଇଥିଲେ ଖେଳିବାକୁ, ହେଲେ ଆଉ ଫେରିଲେନି ଘରକୁ । ଖେଳିବାକୁ ଯାଇ ନାଳରେ ବୁଡ଼ି ପ୍ରାଣ ହରାଇଲେ ୨ ନିରୀହ ଛୁଆ । ଘଟଣା ଘଟିଛି ଅନୁଗୁଳ ହଣ୍ଡପା ଥାନା ବାଲିଆମ୍ବ ଗାଁରେ । ମୃତକ ୨ ନାବାଳକ ହେଲେ କାଳିଆ ବେହେରାଙ୍କ ୯ ବର୍ଷର ପୁଅ ବାଦଲ ଏବଂ ଜୟନ୍ତ ପ୍ରଧାନଙ୍କ ୯ ବର୍ଷର ପୁଅ ସୁରେନ୍ଦ୍ର ।
ବାଦଲ ଏବଂ ସୁରେନ୍ଦ୍ର ସ୍କୁଲରୁ ଫେରିବା ପରେ ନାଳ ନିକଟକୁ ଖେଳିବାକୁ ଯାଇଥିଲେ । କିନ୍ତୁ ସେଠାରେ କ’ଣ ଘଟିଗଲା କେଜାଣି, ୨ ଜଣଙ୍କ ମୃତଦେହ ମିଳିଥିଲା ସେହି ନାଳ ଭିତରୁ । ଉଭୟ ଶରୀରରେ କୌଣସି କ୍ଷତ ଚିହ୍ନ ବି ନାହିଁ । ତେଣୁ ଆଶଙ୍କା କରାଯାଉଛି, ନାଳରେ ବୁଡ଼ି ଉଭୟଙ୍କ ମୃତ୍ୟୁ ହୋଇଥାଇପାରେ । ପୋଲିସ ଘଟଣା ଖୋଳତାଡ଼ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701366406.jpg)