Odisha Train Tragedy
ପୁଣି ବଦଳିଲା ବାହାନଗା ଟ୍ରେନ୍ ଟ୍ରାଜେଡିର ମୃତ୍ୟୁ ସଂଖ୍ୟା । ପ୍ରଥମେ କମେଇଥିଲେ, ଏବେ ପୁଣି ବଢ଼େଇ ଦେଲେ । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ମୁଖ୍ୟ ସଚିବ ଏହି ସୂଚନା ଦେଇଛନ୍ତି ।
ଦୁର୍ଘଟଣା ସ୍ଥଳରୁ ଭୁବନେଶ୍ୱରକୁ ମୋଟ ୧୯୩ଟି ମୃତଦେହ ଆସିଥିଲା । ବାଲେଶ୍ୱରରେ ହିଁ ୯୪ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଭଦ୍ରକ ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି ।
ଭୁବନେଶ୍ୱରକୁ ଆସିଥିବା ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇଥିବା । ମୋଟ ୨୮୮ ମୃତଦେହ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବିଭିନ୍ନ ହସ୍ପିଟାଲରେ ଏବେ ବି ୮୩ଟି ମୃତଦେହ ରହିଛି, ସେସବୁର ଡିଏନ୍ଏ ସାମ୍ପଲ ରଖାଯାଇଛି । ସେସବୁ ମୃତଦେହର ଦାବିଦାର ଆସିଲେ ଡିଏନ୍ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ସୂଚନାଯୋଗ୍ୟ ଦୁର୍ଘଟଣାର ଚାରି ଦିନ ପରେ ମଧ୍ୟ ସରିନି ମୃତଦେହ ଚିହ୍ନଟ ପ୍ରକ୍ରିୟା । ଭୁବନେଶ୍ୱର AIIMSରେ ମୃତକଙ୍କ ଫଟୋ ସବୁ ଖେଳାଇ ତା ଭିତରେ ନିଜ ଲୋକଙ୍କୁ ଖୋଜୁଛନ୍ତି ସଂପର୍କୀୟ । LED ସ୍କ୍ରିନରେ ବି ଡିସପ୍ଳେ ହେଉଛି ବାହାନଗା ଟ୍ରେନ୍ ଟ୍ରାଜେଡିର ହତଭାଗାଙ୍କ ଫଟୋ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686051228.jpg)