Advertisment

ମଝି ଆକାଶରେ ଛିଣ୍ଡିଗଲା ପାରାଚ୍ୟୁଟ୍...କଚାଡ଼ି ହୋଇ ପଡ଼ିଲେ...ଉଡିଗଲା ପ୍ରାଣବାୟୁ

ଦୁର୍ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁଲୁ ଡେପୁଟି କମିଶନର ତରୁଲ ଏସ ରବିଶ ସୂଚନା ଦେଇଛନ୍ତି। କୁଲୁର ଏସଡିଏମ ଘଟଣାର ଅନୁସନ୍ଧାନ କରିବେ।

ଅଦ୍ୟତନ ହୋଇଛି
Telangana Tourist Dies

Telangana Tourist Dies

Advertisment

ଏମିତି ବି ଆସେ ମୃତ୍ୟୁ। ମଝି ଆକାଶରେ ପାରାଗ୍ଲାଇଡିଂ କରୁଥିଲେ ମହିଳା। ହଠାତ ପାରାଚ୍ୟୁଟର ବେଲ୍ଟ ଛିଡିଗଲା ଆଉ ୨୫୦ମିଟର ତଳକୁ ଖସି ପଡିଲେ ମହିଳା ଜଣକ । ସ୍ଲାବ ଉପରେ ପଡିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି। ହିମାଚଳ ପ୍ରଦେଶ କୁଲୁ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଦୁର୍ଘଟଣା ପରେ ପାଇଲଟଙ୍କୁ ଗିରଫ କରାଯିବା ସହ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Advertisment

ସୂଚନା ଅନୁସାରେ, ମୃତ ମହିଳା ପର୍ଯ୍ୟଟକ ତେଲେଙ୍ଗାନା ସାଙ୍ଗାରେଡ୍ଡୀ ଜାହିରବାଦ ଜିଲ୍ଲାର ୨୬ବର୍ଷୀୟା ନାବ୍ୟା। ସେ କୁଲୁ ମନାଲି ବୁଲିବା ପାଇଁ ଆସିଥିଲେ। ପାରାଗ୍ଲାଇଡିଂ କରୁଥିବା ବେଳେ ହଠାତ ସୁରକ୍ଷା ବେଲ୍ଟ ଖୋଲିଯାଇଥିଲା। ଫଳରେ ସେ ତଳେ ଥିବା ଏକ ଛାତ ଉପରେ ପଡିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାଜୀବ ଲଖନପାଲ କହିଛନ୍ତି, ଏହି ଘଟଣାରେ ପାଇଲଟ ରାହୁଲ ସିଂଙ୍କୁ ଗିରଫ କରାଯାଇଛି। ପାରାଗ୍ଲାଇଡରର ମାଲିକ ହେଉଛନ୍ତି ଘନଶ୍ୟାମ ନେଗି। ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁନାନା ଶର୍ମା କହିଛନ୍ତି , ଯେଉଁ ସ୍ଥାନରୁ ପାରାଗ୍ଲାଇଡର୍ ନିଆଯାଇଥିଲା ସେହି ସାଇଟ୍ ପାରାଗ୍ଲାଇଡର୍ ବିଭାଗରେ ପଞ୍ଜିକୃତ ହୋଇଛି। ବିମାନ ଉଡ଼ାଣ କରୁଥିବା ପାଇଲଟ ଲାଇସେନ୍ସପ୍ରାପ୍ତ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାଇଟରେ ପାରାଗ୍ଲାଇଡିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Advertisment

ପାରାଗ୍ଲାଇଡିଂ ଦୁର୍ଘଟଣାରେ ମାଜିଷ୍ଟ୍ରେଟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୁଲୁ ଡେପୁଟି କମିଶନର ତରୁଲ ଏସ ରବିଶ ସୂଚନା ଦେଇଛନ୍ତି। କୁଲୁର ଏସଡିଏମ ଘଟଣାର ଅନୁସନ୍ଧାନ କରିବେ। ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି। ଗତବର୍ଷ ଡିସେମ୍ୱର ୨୪ରେ ମହାରାଷ୍ଟ୍ରର ସୁରଜ ଶାହା ନାମକ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜୁନ ୧୫ରେ ଅମ୍ୱାଲାର ଆଦିତ୍ୟ ଶର୍ମା ଓ ପାଇଲଟ୍ କ୍ରୀଷ୍ଣ ଗୋପାଳଙ୍କର ମୃତ୍ୟୁ ଘଟିଥିଲା।

Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ