Advertisment

Rajasthan School: ପଥର ଖଣ୍ଡ ଖସୁଥିବାର ପୂର୍ବରୁ ଶିକ୍ଷକଙ୍କୁ ଜଣାଇଥିଲୁ, ହେଲେ ଆମକୁ ଗାଳି କରିଥିଲେ: ଛାତ୍ରଙ୍କ ଅଭିଯୋଗ

ରାଜସ୍ଥାନର ଝାଲାୱାରରେ ପିପ୍ଲୋଦି ପ୍ରାଥମିକ ବିଦ୍ୟାଳୟରେ ଛାତରୁ ପଥର ଖଣ୍ଡ ଖସିବା ନେଇ ଛାତ୍ରମାନେ ଶିକ୍ଷକମାନଙ୍କୁ ଜଣାଇଥିଲେ, ହେଲେ, ଶିକ୍ଷକମାନେ ପିଲାମାନଙ୍କୁ ଗାଳି କରି ଶ୍ରେଣୀଗୃହରେ ବସିବାକୁ କହିଥିଲେ।

Students

Students

Advertisment

ରାଜସ୍ଥାନର ଝାଲାୱାରରେ ଶୁକ୍ରବାର ସକାଳେ ଏକ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡିବା ଯୋଗୁଁ ୭ ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିଲେ। ଏହା ସହ ଅନେକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ସାରା ଦେଶକୁ ଝଟକା ଦେଇଛି। ତେବେ ପିଲାମାନେ କହିଛନ୍ତି ଯେ ଛାତରୁ ପଥର ଖସୁଥିବା କଥା ସେମାନେ ଶିକ୍ଷକଙ୍କୁ କହିଥିଲେ। କିନ୍ତୁ ଶିକ୍ଷକମାନେ ସେମାନଙ୍କ କଥାକୁ ଅଣଦେଖା କରି ଗାଳି ଦେଇଥିଲେ। ସେ ସମୟରେ ଶିକ୍ଷକମାନେ ଜଳଖିଆ କରୁଥିଲେ ଏବଂ ପିଲାମାନଙ୍କ କଥାକୁ ସେମାନେ କର୍ଣ୍ଣପାତ କରିନଥିଲେ। ଓଲଟା ମାଡ ମାରି ପିଲାମାନଙ୍କୁ ଶ୍ରେଣୀଗୃହକୁ ପଠାଇ ଦେଇଥିଲେ।

Advertisment

ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର କହିଛନ୍ତି, “ଛାତ୍ରମାନଙ୍କୁ ପ୍ରାର୍ଥନା ପାଇଁ କ୍ଲାସରେ ବସାଯାଇଥିଲା। ଶିକ୍ଷକମାନେ ଜଳଖିଆ କରୁଥିଲେ। ଯେତେବେଳେ ପଥର ଖସିବା ଆରମ୍ଭ ହେଲା, ଛାତ୍ରମାନେ ଶିକ୍ଷକମାନଙ୍କୁ କହିଥିଲେ। ଶିକ୍ଷକମାନେ ଛାତ୍ରମାନଙ୍କୁ ଗାଳି ଦେଇ ପୁଣି କ୍ଲାସରେ ବସିବାକୁ କହିଥିଲେ। ତା’ ପରେ କାନ୍ଥ ଭାଙ୍ଗିଗଲା ଓ ଛାତ ଖସି ପଡ଼ିଲା। ଅନେକ ଛାତ୍ର ବଞ୍ଚିବା ପାଇଁ ଏଣେତେଣେ ଦୌଡ଼ିଥିଲେ, କିନ୍ତୁ ଅନେକେ ଭଗ୍ନାବଣେଷ ତଳେ ଚାପି ହୋଇଗଲେ। ଗାଁ ଲୋକଙ୍କ ସାହାଯ୍ୟରେ ଛାତ୍ରମାନଙ୍କୁ ବାହାର କରାଯାଇଥିଲା।”

ବିଦ୍ୟାଳୟର କାନ୍ଥ ଓ ଛାତ ଜର୍ଜରିତ ଅବସ୍ଥାରେ ଥିଲା। ମାସେ ତଳେ ସିମେଂଟ ଓ ପ୍ଲାଷ୍ଟର କାମ କରାଯାଇଥିଲା। ଯଦି ଶୁକ୍ରବାର ଛାତ୍ରମାନଙ୍କୁ ବାହାରକୁ ନିଆଯାଇଥାନ୍ତା, ତେବେ ଏହି ଦୁର୍ଘଟଣା ଘଟିନଥାନ୍ତା। ଏଥିପାଇଁ ସ୍କୁଲର ୫ ଜଣ ଶିକ୍ଷକଙ୍କୁ ଅପରାଧିକ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ଘଟଣା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲା କଲେକ୍ଟର ଶିକ୍ଷା ବିଭାଗରୁ ପାଞ୍ଚ ଅଧିକାରୀଙ୍କୁ ନିଲମ୍ବନ ଘୋଷଣା କରିଛନ୍ତି।

Advertisment

ଅଧିକ ପଢନ୍ତୁ: ସ୍କୁଲ ଛାତ ଭୁଶୁଡି ୪ ମୃତ, ଅନେକ ଆହତ; ଭଗ୍ନାବଶେଷ ତଳେ ଖୋଜା ଚାଲିଛି ଜୀବନ

Rajasthan Government Schools Roof Collapses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ