Advertisment

କାଲି ମାଟ୍ରିକରେ ୮୬% ରଖିଥିଲେ, ଆଜି ଚାଲିଗଲା ଜୀବନ

କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
Student who scored 86 percent in Matric exam dies after drowning in bhadrak

Student who scored 86 percent in Matric exam dies after drowning in bhadrak

Advertisment

ଦିନକ ପାଇଁ ବି ରହିଲାନି ଖୁସି। କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି। ଭଦ୍ରକ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଣିରେ ବୁଡ଼ି ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଚରମ୍ପା ପଞ୍ଚାୟତ ଶ୍ରୀରାମପୁର ଗାଁର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦନ ମହାପାତ୍ର।

Advertisment

ସୂଚନା ଅନୁସାରେ, ଆଜି ଘର ନିକଟ ପୋଖରୀରେ ଗାଧୋଇବା ପାଇଁ ଚନ୍ଦନ ଯାଇଥିଲେ। ଦୁର୍ଭାଗ୍ୟବଶତଃ, ପୋଖରୀରେ ସେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ପ୍ରକାଶିତ ମାଟ୍ରିକ ରେଜଲ୍ଟରେ ଚନ୍ଦନ ୫୧୯ ମାର୍କ ରଖିଥିଲେ।

Advertisment

ପୁଅ ମାଟ୍ରିକରେ ୮୬.୫୦% ରଖିଥିବାରୁ ପରିବାର ଲୋକ ମଧ୍ୟ ବେଶ୍‌ ଖୁସିଥିଲେ। କିନ୍ତୁ ସେମାନେ ଜାଣିନଥିଲେ ସେମାନଙ୍କର ଏହି ଖୁସି ମାତ୍ର ଦିନକ ପାଇଁ ଥିଲା। ଆଉ ସବୁଦିନ ପାଇଁ ସେମାନେ ପୁଅକୁ ହରାଇବେ। ଚନ୍ଦନଙ୍କୁ ହରାଇ ପରିବାର ଓ ଗାଁରେ ଶୋକର ଛାୟା ଖେଳି ଯାଇଛି। 

Drowning Death Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ