Advertisment

Selfie In Running Train : ଝିଅର ଆସିବା ବାଟକୁ ଅନାଇ ବସିଥିଲା ମା’; ପହଞ୍ଚିଲା ମୃତଦେହ

ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା।

ଅଦ୍ୟତନ ହୋଇଛି
Death

Death

Advertisment

କାଳ ହେଲା ସେଲଫି। ଜୀବନ ନେଇଗଲା ଅଜବ ନିଶା। ଚଳନ୍ତା ଟ୍ରେନରେ ସେଲଫି ନେବା ବେଳେ ଟିକିଏ ଅସାବଧାନତାରୁ ଘଟିଗଲା ବଡ଼ ଦୁର୍ଘଟଣା। ଟ୍ରେନରୁ ଖସି ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ। ମୃତ ଛାତ୍ରୀ ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ନମ୍ରତା ବେହେରା।

Advertisment

ନମ୍ରତା ଭୁବନେଶ୍ୱରର ଏକ ଘରୋଇ ମ୍ୟାନେଜମେଣ୍ଟ ଏବଂ ଟେକ୍ନୋଲୋଜି ଶିକ୍ଷାନୁଷ୍ଠାନର ଛାତ୍ରୀ। ଛୁଟିଥିବାରୁ ସାଙ୍ଗମାନଙ୍କ ସହ ପୁରୀ-ବଡ଼ବିଲ ଇଣ୍ଟରସିଟି ଟ୍ରେନରେ କେନ୍ଦୁଝର ଯାଉଥିଲେ। 

ଟ୍ରେନରେ ଖୁସି ମଜା ଚାଲିଥିଲା। ଏହି ସମୟରେ ଟାଙ୍ଗରିଆପାଳ - ଶଗଡ଼ ପଟା ଷ୍ଟେସନ ମଝିରେ ଚଳନ୍ତା ଟ୍ରେନରେ ସାଙ୍ଗମାନଙ୍କ ସହ ସେଲଫି ନେଉଥିଲେ ନମ୍ରତା। ହେଲେ ତାଙ୍କ ଖୁସି ବେଶୀ ସମୟ ରହି ନଥିଲା। ଅସାବଧାନତା କାରଣରୁ ସେ ଟ୍ରେନରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ଯାଇଥିଲା।

Advertisment

ହରିଚନ୍ଦନପୁର ପୋଲିସ ଏବଂ ଆରପିଏଫ୍ ପକ୍ଷରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ଜନ୍ମମାଟି ଡଳଙ୍ଗରେ ଛାତ୍ରୀଙ୍କ ମୃତଦେହ ପହଞ୍ଚିଥିଲା। ଝିଅର ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଝିଅର ମୃତଦେହ ପାଖରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ବାପାମା’। ଝିଅ ତୁ ଫେରିଆ ବୋଲି ମା’ କାନ୍ଦିକାନ୍ଦି କହି ହେଉଛି।

 ଅଧିକ ପଢ଼ନ୍ତୁ: ଜୟୀରାମ ପାଇଁ କାଳ ସାଜିଲା କପଲ୍ ସେଲ୍ଫି; ମୋବାଇଲ୍ ଫଟୋରୁ ମିଳିଲା ବଡ଼ ସୁରାକ୍ ! 

Advertisment
Train Accident Student Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ