Advertisment

ବିବେକ ଏକ୍ସପ୍ରେସ୍‌ରେ ଧୂଆଁ, ଭୟଭୀତ ହୋଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ...

ବ୍ରହ୍ମପୁର ରେଲ୍‌ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍‌ରୁ ବାହାରି ଆସିଥିଲେ।

smoke detected in Dibrugarh-Kanyakumari Vivek Express in Berhampur

smoke detected in Dibrugarh-Kanyakumari Vivek Express in Berhampur

Advertisment

ଚଳନ୍ତା ଟ୍ରେନ୍‌ରୁ ବାହାରିଲା ଧୂଆଁ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେଲ୍‌ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଟ୍ରେନ୍‌ର ଚକା ଜାମ୍ ହେବାରୁ ଧୂଆଁ ବହାରିବାରୁ ଯାତ୍ରୀ ଛାନିଆ ହୋଇ ପଡ଼ିଥିଲେ।

Advertisment

ଏହାପରେ ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍‌ରୁ ବାହାରି ଆସିଥିଲେ। ଏକ୍ସପ୍ରେସ୍‌ର ସାଧାରଣ ବଗିରୁ ଧୂଆଁ ବାହାରିଥିବା ଜଣାପଡ଼ିଛି। ପ୍ରାୟ ୩୦ ମିନିଟ୍‌ ଧରି ଟ୍ରେନ୍‌ ଅଟକିବା ପରେ ସମସ୍ୟାର ସମାଧାନ କରାଯାଇଥିଲା। 

ଚକା ଜାମ୍‌ ମରାମତି ସରିବା ପରେ ଟ୍ରେନ୍‌ ପୁଣି ଛାଡ଼ିଥିବା ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ