Advertisment

ଦୁଃଖ ବେଳେ ଲୁଟ: ଟ୍ରେନ୍ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି ବସ୍ ମାଲିକ

କେଡ଼େ ହୃଦୟହୀନ ସତରେ. . . ରେଳ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦେଢ ଗୁଣାରୁ ଅଧିକ ଦର କସୁଛନ୍ତି ବସ୍ ମାଲିକ . . ପୁରୀ ବସଷ୍ଟାଣ୍ଡରେ କୋଲକତା ଯିବାକୁ ୭ଶହ ଯାଗାରେ ଦାବି କରୁଛନ୍ତି ୧୭ ଶହ ଟଙ୍କା ... କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ...

ଅଦ୍ୟତନ ହୋଇଛି
Odisha Train Accident

Odisha Train Accident

Advertisment

ପୁରୀ ବସଷ୍ଟାଣ୍ଡରେ ବାହାନଗା ରେଳ ଦୁର୍ଘଟଣାର ପ୍ରଭାବ। ଏ ଭୟଙ୍କର ରେଳ ଦୁର୍ଘଟଣା ପରେ ପୁରୀରୁ ପଶ୍ଚିମବଙ୍ଗ ଯିବାକୁ ଥିବା ବହୁ ଟ୍ରେନ୍ ବାତିଲ ହୋଇଛି। ଫଳରେ ବସରେ ଯିବାକୁ ଅଧିକାଂଶ ଯାତ୍ରୀ ବ୍ୟାକୁଳ ହେଉଥିବା ବେଳେ ଏ ସ୍ଥିତିର ଫାଇଦା ଉଠାଇ କିଛି ବସ ଭଡ଼ାକୁ ଦୁଇଗୁଣ କରିଥିବା ଅଭିଯୋଗ ହୋଇଛି। ପୁରୀରୁ ପଶ୍ଚିମବଙ୍ଗକୁ ସାଧାରଣ ଭାବେ ଭଡ଼ା ୭୦୦ରୁ ୮୦୦ରୁ ହୋଇଥିବା ବେଳେ ଏବେ କିଛି ବସ୍ ଯାତ୍ରୀ ଭଡ଼ା ୧୭ଶହ ଟଙ୍କାରୁ ଅଧିକ ଦାବି କରୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।...

Advertisment

ସେପଟେ ଏଭଳି ଅଭିଯୋଗ ଆସିବା ପରେ ଏହା ଉପରେ ଟ୍ୱିଟ୍ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । କଟକ, ଭୁବନେଶ୍ୱର, ପୁରୀ ଓ ବାଲେଶ୍ୱରରେ ଆରଟିଓ ଟିମ୍ ଅଟକି ରହିଥିବା ଯାତ୍ରୀଙ୍କ ଯିବା ଲାଗି ବ୍ୟବସ୍ଥା କରିଛନ୍ତି । ସେହିଭଳି କୌଣସି ବସ ଯଦି ଅତିରିକ୍ତ ଭଡ଼ା ଆଦାୟ କରୁଛନ୍ତି, ତେବେ ସେହି ବସର ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ଏସଟିଏ ।..

ସେପଟେ ଏଭଳି ସ୍ଥିତିରେ ଆରଟିଓ ଏବଂ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପରିବହନ କମିଶନର ଅମିତାଭ ଠାକୁରଙ୍କୁ ମୁଖ୍ୟ ଶାସନ ସଚିବ ପ୍ରଦୀପଜେନା ନିବେଦନ କରିଛନ୍ତି।

Advertisment

ଅନ୍ୟପଟେ ବାହାନାଗା ଛାତିଥରା ରେଳ ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଗୁଜରାଟ୍ ଅହମଦାବାଦର ବାସିନ୍ଦା । ପିଲାଠାରୁ ବୁଢା ସଭିଏଁ ରଘୁପତି ରାଘବ ରାଜା ରାମ ପ୍ରାର୍ଥନା ଗାଇବା ସହ ମୃତକଙ୍କ ପରିବାରକୁ ଭଗବାନ ଏହା ସହିବା ଲାଗି ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Train Accident Balasore Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ