Advertisment

କେନାଲକୁ ଖସିଲା ବୋଲେରୋ, ଆଖି ସାମ୍ନାରେ ଚାଲିଗଲା ୭ ଜୀବନ

ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ।

ଅଦ୍ୟତନ ହୋଇଛି
Six dead after Bolero carrying wedding party falls into canal in Sambalpur

Six dead after Bolero carrying wedding party falls into canal in Sambalpur

Advertisment

ସମ୍ବଲପୁର ଜିଲ୍ଲା ପରମାଣପୁର ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଳଖିଣ୍ଡା ଗାଁ ନିକଟ ଶାସନ କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ଘଟଣାସ୍ଥଳରେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ବଡ଼ଧରା ଗାଁର ବୋଲି ଜଣାପଡ଼ିଛି। ସେମାନେ ପରମାଣପୁରକୁ ବରଯାତ୍ରୀ ଆସିଥିଲେ। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ବୋଲେରୋରେ ବରଯାତ୍ରୀମାନେ ସମ୍ବଲପୁର ଜିଲ୍ଲା ପରମାଣପୁର ଗାଁରେ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ବଡ଼ଧରା ଗାଁକୁ ଫେରୁଥିଲେ। ଏହି ସମୟରେ ବୁଲାଣି ପାଖରେ ଶାସନ କେନାଲ ନିକଟରେ ଗାଡ଼ିଟି କେନାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାବେଳେ ବୋଲେରୋରେ ୧୧ ଜଣ ଥିଲେ ବୋଲି ଜଣାପଡ଼ିଛି। ଏଥିରୁ ଆଶଙ୍କା କରାଯାଉଛି, ହୁଏତ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଗାଡ଼ିଟି କେନାଲକୁ ଖସି ପଡ଼ିଛି। 

Advertisment

ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଉଦ୍ଧାର କାର୍ଯ୍ୟରେ ଡେରି ହେବାରୁ ୭ ଜଣଙ୍କ ମୃତ୍ୟୁ ହେଲା। ଏହାସହ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କି ଅକ୍ସିଜେନ୍‌ ମିଳିପାରିନଥିଲା ବୋଲି ସେମାନେ କହିଛନ୍ତିା

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ