Road Accident
ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ବିରାଟ ଦୁର୍ଘଟଣା । ଓଡ଼ିଶାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏହି ବିରାଟ ଦୁର୍ଘଟଣା ଘଟିଛି । ଲରି ସହ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ୩ ଗୁରୁତର ହୋଇଥିବା ସୂଚନା ରହିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୃତ ୪ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଓ ଜଣେ ମହିଳା ଥିବା ସୂଚନା ।
ରୋଗୀ ଧରି ବେଙ୍ଗଲୁରୁ ଭିକ୍ଟୋରିଆ ହସ୍ପିଟାଲ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୁଥଲପାଟୁ-ନାଇଡୁପେଟା ଏନ୍ଏଚ୍ରେ ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଲରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694762908.jpg)