Advertisment

Accident: ଦର୍ଶନ ସାରି ଫେରୁଥିଲେ, ସାମନାରୁ ଆସି ପିଟିଦେଲା ଟ୍ରକ, ତା ପରେ…

ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଠାକୁରଙ୍କ ଦର୍ଶନ ସାରି ଫେରିବା ବେଳେ ଘଟିଛି ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ ଉଡିଯାଇଥିଲା ପ୍ରାଣବାୟୁ । ଏବେ ପୋଲିସ ଖୋଜୁଛି ସେଇ ଟ୍ରକକୁ...

ଅଦ୍ୟତନ ହୋଇଛି
Accident

Accident

Advertisment

ଠାକୁରଙ୍କ ଦର୍ଶନ ସାରି ଖୁସି ମନରେ ଘରକୁ ଫେରୁଥିଲେ । ଆଉ କିଛି ସମୟ ପରେ ଘରେ ପହଞ୍ଚିଥାଆନ୍ତେ । କିନ୍ତୁ ରାସ୍ତାରେ ସବୁ କିଛି ଓଲଟପାଲଟ ହୋଇଗଲା । ଘଟଣାସ୍ଥଳରେ ୪ ଜଣଙ୍କ ପ୍ରାଣବାୟୁ ଉଡିଗଲା । ଅନ୍ୟ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି ।

Advertisment

ସତେ ଯେମିତି ରାସ୍ତାରେ ଜଗି ରହିଥିଲା ଯମ । ଟ୍ରକରେ ଆସିଲା ଓ ଅନ୍ତର୍ଦ୍ଧାନ ହୋଇଗଲା । ଛାରଖାର କରିଦେଇଗଲା ଗୋଟିଏ ପରିବାରକୁ । ଘଟଣା ଘଟିଥିଲା ଏମିତି । ଚେନ୍ନାଇର ଗୋଟିଏ ପରିବାରର ସଦସ୍ୟମାନେ ତିରୁପତି ବାଲାଜୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ପରିବାରର ୧୮ ଜଣଙ୍କ ପାଇଁ ଗୋଟିଏ ମିନିବସ୍ ଭଡାରେ ନେଇଥିଲେ । ଏହି ମିନି ବସରେ ତିରୁପତି ବାଲାଜୀଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଭଲରେ ଦର୍ଶନ ବି ହେଲା । ଦର୍ଶନ ସାରି ଖୁସି ହୋଇ ଫେରୁଥିଲେ ଚେନ୍ନାଇ । ଏହି ସମୟରେ ତିରୁପତି ଠାରୁ ୪୦ କିଲୋମିଟର ଦୂରରେ ମିନି ବସଟିକୁ ସାମ୍ନାରୁ ଆସୁଥିବା ଗୋଟିଏ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର୍ ସେଠାରେ ଆଉ ନ ଅଟକି ଟ୍ରକ ନେଇ ଚାଲିଯାଇଥିଲା । ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମିନି ବସଟି ସମ୍ପୂର୍ଣ ଭାବେ ଚୁରମାର ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ।

Advertisment

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଠାବ କରିବା ପାଇଁ ଉଦ୍ୟମ କରୁଛି ପୋଲିସ୍ । 

ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Advertisment
Road Mishap Tirupati Temple Darshan Accident Chennai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ