Speed Boat Capsize
ପୁରୀ ବେଳାଭୂମିରେ ୱାଟର ସ୍ପୋଟର୍ସ ଆକ୍ଟିଭିଟି ବେଳେ ସ୍ପିଡ ବୋଟ୍ ଓଲଟିବା ଘଟଣା । ଆରମ୍ଭ ହେଲା ତଦନ୍ତ । ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲିଙ୍କ ଭାଇ-ଭାଉଜ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ସୌରଭଙ୍କ ବଡ଼ଭାଇ ସେହ୍ନାଶିଷ , ଭାଉଜ ଅର୍ପିତା ଗାଙ୍ଗୁଲି ଅଳ୍ପକେ ବର୍ତ୍ତିଯାଇଛନ୍ତି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ପୁରୀ ପ୍ରଶାସନ । ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ। ଲାଇଟ ହାଉସ ନିକଟରେ ଥିବା ସ୍କାଏ ଡ୍ରାଇଭ ଆଡଭେନଞ୍ଚର୍ କମ୍ପାନୀର ଅଫିସକୁ ମଧ୍ୟ ପୁରୀ ପୌରସଂସ୍ଥା ପକ୍ଷରୁ ହଟାଇ ଦିଆଯାଇଛି । ସେଠାରେ ଆଉ କୌଣସି କଣ୍ଟେନର ରଖାଇ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଶନିବାର ପୁରୀ ବେଳାଭୂମିରେ ଏକ ସ୍ପିଡ୍ ବୋଟରେ ପର୍ଯ୍ୟଟକମାନେ ୱାଟର ସ୍ପୋଟର୍ସ ଆକ୍ଟିଭିଟି କରୁଥିଲେ । ସେହି ସମୟରେ ହଠାତ୍ ବୋଟଟି ଓଲଟି ପଡିଥିଲା। ବୋଟରେ ଥିବା ସୌରଭ ଗାଙ୍ଗୁଲିଙ୍କ ପରିବାର ବୋଟ୍ ତଳେ କିଛି ସମୟ ପାଇଁ ଚାପି ହୋଇ ରହିଯାଇଥିଲେ। ତେବେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଘରୋଇ ଲାଇଫଗାର୍ଡ ଫସି ରହିଥିବା ଗାଙ୍ଗୁଲିଙ୍କ ଭାଇ-ଭାଉଜଙ୍କୁ ଉଦ୍ଧାର କରିଥିଲେ । ତେବେ ପୁରୀ ଉପଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି । କିପରି ଓ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଚଳାଇଛି ପୁରୀ ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us