Advertisment

ସକାଳୁ ସକାଳୁ ବଡ଼ ଦୁର୍ଘଟଣା: ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌

ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌। ସୌଭାଗ୍ୟବଶତଃ, ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଦ୍ୟତନ ହୋଇଛି
Private Bus Crashes Close To Railway Tracks In Sambalpur

Private Bus Crashes Close To Railway Tracks In Sambalpur

Advertisment

ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନ ନିକଟକୁ ମାଡ଼ିଗଲା ବସ୍‌। ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲ୍‌ୱେ ଟ୍ରାକ୍‌ ନିକଟକୁ ବସ୍‌ ମାଡ଼ି ଯାଇଥିବା ଜଣାପଡ଼ିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି।

Advertisment

ସୂଚନା ଅନୁସାରେ, ‘ନଡ଼ିଆରାଣୀ’ ନାମକ ଏକ ଯାତ୍ରୀବାହୀ ବସ୍‌ ଯାତ୍ରୀଙ୍କୁ ଧରି ଯାତ୍ରା କରୁଥିଲା। ତେବେ ବସ୍‌ଟି ଭାରସାମ୍ୟ ହରାଇ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲ୍‌ୱେ ଟ୍ରାକ୍‌ ନିକଟକୁ ମାଡ଼ି ଯାଇଥିଲା। ସୌଭାଗ୍ୟବଶତଃ, ବଡ଼ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି।

ଟ୍ରାକ୍‌ର ବେଶ୍ ପାଖରେ ବସ୍ ଥିବାରୁ ବର୍ତ୍ତମାନ ପାଇଁ ଏହି ରୁଟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଖବର ଲେଖାଯିବା ସୁଦ୍ଧା କିଛି ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ବସ୍‌କୁ ଟ୍ରେନ୍ ଟ୍ରାକ୍ ପାଖରୁ ବାହାର କରିବାକୁ ଉଦ୍ୟମ ଚାଲିଛି।

Advertisment

ସୂଚନାଥାଉ କି, ଗତକାଲି ତେଲେଙ୍ଗାନାର ୟାଦାଦ୍ରି ଭୁବନଗିରି ଜିଲ୍ଲାରେ ଓଡ଼ିଶା ଦେଇ ହାୱଡ଼ାରୁ ସିକନ୍ଦରାବାଦ ଯାଉଥିବା ଫଲକନୁମା ଏକ୍ସପ୍ରେସ୍‌ର ୩ଟି ବଗି ଜଳି ଯାଇଥିଲା। ହେଲେ ସୌଭାଗ୍ୟକୁ ଏତେ ବଡ଼ ଦୁର୍ଘଟଣାରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିଥିବା ଜଣାପଡ଼ିବା ପରେ ଟ୍ରେନ୍‌କୁ ତୁରନ୍ତ ଅଟକା ଯିବାରୁ ସବୁ ଯାତ୍ରୀ ସୁରକ୍ଷିତ ଭାବ ବାହାରିବାକୁ ସଫଳ ହୋଇଥିଲେ।

Bus Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ