Plane explodes after colliding with bike car in Malaysia
କାର୍, ବାଇକ୍ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ। ଗୁରୁବାର ଦିନ ମାଲେସିୟା ରାଜଧାନୀ ନିକଟ ଏକ ୪ ଲେନ୍ ବିଶିଷ୍ଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିମାନରେ ଥିବା ୮ ଜଣ ବ୍ୟକ୍ତି ଓ ୨ ଜଣ ଚାଳକ(ଜଣେ କାର୍ ଡ୍ରାଇଭର ଓ ଅନ୍ୟ ଜଣେ ବାଇକ୍ ଚାଳକ) ଅଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା। ଯାହାର ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଦୁର୍ଘଟଣା ସମୟରେ ବିଚ୍କ୍ରାଫ୍ଟ ମଡେଲ୍ ୩୯୦ ବିମାନରେ ୬ ଜଣ ଯାତ୍ରୀ ଓ ୨ ଜଣ ବିମାନ କ୍ରିୟୁ ଥିଲେ।
ସୂଚନା ଅନୁସାରେ, ଏହି ଛୋଟ ବିମାନଟି ଲଙ୍ଗକୱିର ଉତ୍ତର ରିସର୍ଟ ଦ୍ୱୀପରୁ ଉଡ଼ାଣ ଭରି ସୁଲତାନ ଅବଦୁଲ୍ ଅଜିଜ୍ ଶାହ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଏହି ସମୟରେ ବିମାନଟି ହଠାତ୍ ରାସ୍ତାରେ କାର୍ ଓ ବାଇକ୍ ସହ ଆସି ଧକ୍କା ହୋଇ ଜଳି ଯାଇଥିଲା। ତେବେ କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1692331701.jpg)