PET killed over 20 students injured after bus overturns in Nabarangpur
ଘାଟିରେ ଓଲଟିଲା ସ୍କୁଲ୍ ବସ୍। ଦୁର୍ଘଟଣାରେ ପିଇଟି ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଆଜି ଏହି ଦୁର୍ଘଟଣା ଘଟିଛି। ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲ୍ର ପିଇଟି ଶିକ୍ଷକ ବୋଲି ଜଣାପଡ଼ିଛି। ତାଙ୍କ ନାଁ ପ୍ରଭାସ ଜେନା ।
ସୂଚନା ଅନୁସାରେ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ସ୍କୁଲ୍ ବସ୍ଟି ଚନ୍ଦାହାଣ୍ଡି କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯାଉଥିଲା। ଏହି ସମୟରେ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଉମରକୋଟରୁ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ବସ୍ ଯାଉଥିଲା ବୋଲି ଜଣାପଡ଼ିଛି।
ଖବର ପାଇ ଝରିଗାଁ ଓ ଚନ୍ଦାହାଣ୍ଡିର ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାସ୍ଥଳରୁ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସାପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1695798779.jpg)