Advertisment

ବଡ ଧରଣର ନୌକା ଦୁର୍ଘଟଣା: ଡଙ୍ଗା ଓଲଟି ୧୫ ପର୍ଯ୍ୟଟକଙ୍କ ମୃତ୍ୟୁ

ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Kerala Boat Capsize Incident

people died after a tourist boat capsized in kerala

Advertisment

କେରଳରେ ବଡ ଧରଣର ନୌକା ଦୁର୍ଘଟଣା। ଡଙ୍ଗା ଓଲଟି ୧୫ ଜଣଙ୍କ ମୃତ୍ୟୁ ହୋଇଛି। କେରଳର ମଲପ୍ପୁରମରେ ଘଟିଛି ଏହି ଅଘଟଣ। ଖବର ଅନୁସାରେ, ଡଙ୍ଗାରେ ୪୦ ଜଣ ଯାତ୍ରୀ ଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।

Advertisment

ମୃତକମାନେ ପର୍ଯ୍ୟଟକ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ପ୍ରଥମେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ନେଇ କେରଳ ମନ୍ତ୍ରୀ ଭି ଅବଦୁ ରହିମାନ ସୂଚନା ଦେଇଛନ୍ତି। 

Advertisment

ଉଦ୍ଧାର ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାରଣ ଖୋଜିବା ନିମନ୍ତେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୃତକଙ୍କ ପରିବାରକୁ ୨ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।  

ଅପଡେଟ୍‌: ଡଙ୍ଗାବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

Advertisment

Boat Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ