Advertisment

Road Accident: ଓଲଟିଲା ପିକଅପ୍ ଭ୍ୟାନ୍; ଜଣେ ଛାତ୍ର ମୃତ, ୨୦ରୁ ଅଧିକ ପିଲା ଆହତ

ଆଜି ସକାଳେ ମାଳବିହାରାପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ।

ଅଦ୍ୟତନ ହୋଇଛି
Road  Accident

Road Accident

Advertisment

ପ୍ୟାରେଡରେ ଅଂଶ ଗ୍ରହଣ କରିବାକୁ ଯାଉଥିଲେ ସ୍କୁଲ ପିଲା। ଅଧବାଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

Advertisment

କଟକ ଜିଲ୍ଲା ବାଙ୍କି ଥାନା ଅଶୁଂପା ନିକଟରେ ଏହି ଦୁର୍ଘଟଣାରେ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ସୌମ୍ୟ ରଞ୍ଜନ ବେହେରା। ସେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ। ମୃତାହତ ପିଲାମାନେ କଟକର ବାଙ୍କି ଥାନା ମାଳବିହାରିପୁର ହାଇସ୍କୁଲ ସ୍କୁଲର ବୋଲି ଜଣାଯାଇଛି।

ଆଜି ସକାଳେ ମାଳବିହାରିପୁର ହାଇସ୍କୁଲର ପିଲାମାନେ ନିଜ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ କରି ସାରି ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡକୁ ଯାଉଥିଲେ। ସେଠାରେ ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିଥାନ୍ତେ। ନିଜ ସ୍କୁଲଠାରୁ ୩ରୁ୪ କିମି ଦୂରରେ ସରଣ୍ଡା ପ୍ୟାରେଡ୍‌ ଗ୍ରାଉଣ୍ଡ।

Advertisment

ଏଥିପାଇଁ ପିଲାମାନେ ଏକ ପିକଅପ୍ ଭ୍ୟାନରେ ଯାଉଥିଲେ।  ବାଟରେ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରେ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେସୁସ୍ଥ ଥିବା ଜଣାଯାଇଛି। 

ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment

ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ୨୫ ହଜାର ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏଥିସହ ଦୁର୍ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ:  ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

Cuttack Student Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ