Advertisment

ତାନସିଂ ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ ଓ ୪ ନିଖୋଜ

ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।

ଅଦ୍ୟତନ ହୋଇଛି
Koraput

Koraput

Advertisment

କୋରାପୁଟ ପାଡୁଆ ଥାନା କୁଲାସିଂ ପଞ୍ଚାୟତ ତାନସିଂ ନଦୀରେ ଡଙ୍ଗାବୁଡ଼ି ଜଣେ ମୃତ ଓ ୪ ନିଖୋଜ ଘଟଣା । ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ କରିବ ନନ୍ଦପୁର ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍ । ଗତକାଲି ରାତି ହୋଇଯିବାରୁ ଖୋଜାଖୋଜି ବନ୍ଦ ରଖିଥିଲା ଉଦ୍ଧାରକାରୀ ଦଳ ।

Advertisment

ମଙ୍ଗଳବାର ଅପରାହ୍ନରେ ବଡେଲା ଗାଁରୁ ଏକ ଦେଶୀ ଡଙ୍ଗାରେ ଫେରୁଥିବା ବେଳେ ମଝି ନଦୀରେ ଡଙ୍ଗାଟି ଓଲଟି ପଡିଥିଲା । ଜଣେ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।

ଗୋଟିଏ ବିବାହ ଭୋଜିରେ ଯୋଗ ଦେବାକୁ ଉପରୋକ୍ତ ୫ଜଣ ଦେଶୀ ଡଙ୍ଗାରେ ଗତକାଲି ସକାଳେ ବାଡେଲ ଗାଁକୁ ଯାଇ ସଂଧ୍ୟାରେ ପୁଣି ନିଜ ଗାଁକୁ ଫେରୁଥିଲେ। କିନ୍ତୁ ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ସକାଳେ ଲାଲମଣିଙ୍କ ଶବ ତାନସିଂ ନଦୀଘାଟରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ତୁରନ୍ତ ପାଡୁଆ ଥାନାକୁ ଖବର ଦିଆଯିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ନେଇ ପୋଲିସ ପହଞ୍ଚିଥିଲା।

Advertisment

ସେହିପରି ଲାଲମଣିଙ୍କ ପରିବାର ସଦସ୍ୟ ବି ଘଟଣାସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲେ। ଲାଲମଣିଙ୍କ ସହ ଡଙ୍ଗାରେ ଯାତ୍ରା କରୁଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିବା ସ୍ପଷ୍ଟ ହୋଇପାରି ନଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଥିବା ଜଣାପଡ଼ିଛି।

ନନ୍ଦପୁର ଏସ୍‌ଡିପିଓ ସଂଜୟ ମହାପାତ୍ର, ତହସିଲଦାର ଅନାଦି ଚରଣ ସାହୁ, ପାଡୁଆ ଥାନା ଅଧିକାରୀ ଅଶୋକ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ରେଡ୍‌କ୍ରସ୍‌ ପକ୍ଷରୁ ଲାଲମଣିଙ୍କ ପରିବାରକୁ ୧୦ହଜାର ଟଙ୍କାର ସହାୟତା ତୁରନ୍ତ ଦେବାକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Advertisment

Boat Capsize
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ