Advertisment

ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ବାୟୁସେନା ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଞ୍ଚିଲେ

ଅଦ୍ୟତନ ହୋଇଛି
Odisha Train Tragedy

Odisha Train Tragedy

Advertisment

ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ଏବେ ବାହାନଗାରୁ ବାଲେଶ୍ୱର ହସ୍ପିଟାଲ ଯିବେ ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ କାର୍ଯ୍ୟକ୍ରମ ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦି ଆଉ କଟକ ନଯାଇ ପୁଣି କଲେଇକୁଣ୍ଡା ଫେରିଯିବେ ।

Advertisment

ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୬୧ ପହଞ୍ଚିଲାଣି । ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର, ଭଦରକ, ସୋରୋ, ଗୋପାଲପୁର ଏବଂ ଖନ୍ତାପଡାର ବିଭିନ୍ନ ହସପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।

Advertisment

ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି । ମାତ୍ର ବହୁ ମୃତଦେହ ଏଯାଏଁ ଚିହ୍ନଟ ହୋଇ ପାରୁନାହିଁ । ତେଣୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନଥିବା ସୂଚନା ମିଳିଛି । ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସରିଥିବା ରେଳ ମନ୍ତ୍ରୀ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ ପରେ ମରାମତି କାମ ଆରମ୍ଭ ହୋଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। .

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣା ପରେ ତେଜିଲା ରାଜନୀତି । ଦୁର୍ଘଟଣାକୁ ନେଇ ପ୍ରଶ୍ନ ଉଠାଇବା ସହ ସିଗନାଲ ଫେଲ ଅଭିଯୋଗ ଆଣିଛି ଟିଏମସି । ତୃଣମୂଳ କଂଗ୍ରେସ ମୁଖପାତ୍ର ସାକେତ ଗୋଖଲେ ଟ୍ୱିଟ୍ କରି ବାହନଗା ରେଳ ଦୁର୍ଘଟଣା ସିଗନାଲ ଫେଲରୁ ହୋଇଥିବା ଅଭିଯୋଗ ହୋଇଛି । ଏହାର ଉତ୍ତର ମିଳିବା ଦରକାର ବୋଲି ସେ ଟ୍ୱିଟ୍ କରିଛନ୍ତି । କଂଗ୍ରେସ ନେତା ତଥା ପୂର୍ବତନ ରେଳ ମନ୍ତ୍ରୀ ପୱନ କୁମାର ବଂସଲ ସରକାର କ୍ଷତିପୂରଣ ରାଶି ବଢାଇବା ଦରକାର ବୋଲି କହିଛନ୍ତି। ପିଏମ କେୟାର ଫଣ୍ଡରୁ ଏହି ଅର୍ଥରାଶି ଦେବାକୁ ସେ ଦାବି କରିଛନ୍ତି ।

Advertisment

ରେଳ ମନ୍ତ୍ରାଳୟ ଓ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଜଣାଇବାକୁ କହିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ । ପୂର୍ବତନ ରେଳ ମନ୍ତ୍ରୀ ତଥା ବିଜେପି ନେତା ଦିନେଶ ତ୍ରିବେଦୀ ପ୍ରତିକ୍ରିୟା ରଖି କହିଛନ୍ତି ଦୁର୍ଘଟଣା ମୃତକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ...

Train Accident Balasore Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ