Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି : ପଦରୁ ହଟିଲେ ଜେନେରାଲ ମ୍ୟାନେଜର

ପଦରୁ ହଟିଲେ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ।

Odisha Train Tragedy

Odisha Train Tragedy

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ । ତାଙ୍କ ସ୍ଥାନରେ ଅନିଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦେବାକୁ କ୍ୟାବିନେଟ ନିଯୁକ୍ତି ସମିତି ଅନୁମତି ଦେଇଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଅର୍ଚ୍ଚନା ଯୋଶୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ କର୍ଣ୍ଣାଟକର ୟେଲହଁକାରେ ରେଳ ଚକା କାରଖାନାର ଜେନେରାଲ ମ୍ୟାନେଜର କରାଯାଇଛି।..

Advertisment

ସେପଟେ ବାହାନଗା ଟ୍ରେନ ଦୁର୍ଘଟଣାର ସିଆରଏସ ରିପୋର୍ଟକୁ ସାର୍ବଜନୀନ କରିବନି ଭାରତୀୟ ରେଳବାଇ। ସିବିଆଇ ତଦନ୍ତକୁ ପ୍ରଭାବିତ ନ କରିବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ଅଧିକାରୀ। ତେବେ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିଲା ମର୍ମନ୍ତୁଦ ରେଳ ଦୁର୍ଘଟଣା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଆର ଟ୍ରାକରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଥିଲେ। ...

Advertisment
Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ