Advertisment

ଟ୍ରେନ୍‌ ଦୁର୍ଘଟଣାରେ ବାପା ଚାଲିଗଲେଣି...ଝିଅ କହୁଛି ସେ ଚେନ୍ନାଇରେ ଥିବା ପରି ଲାଗୁଛି

କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ

ଅଦ୍ୟତନ ହୋଇଛି
Train Accident

Train Accident

Advertisment

ଏବେ ବି ଆଖି ସାମ୍ନାରୁ ଯାଉନି ସେ ଦୃଶ୍ୟ...ଭୁଲି ହେଉନି ସେ ଚିତ୍କାର । ଟିଭିରେ ବି ବାହାନଗା ନାଁ ଶୁଣିଲେ ଡର ଲାଗୁଛି । ବାପାଙ୍କୁ ହରାଇବା ପରେ ଟ୍ରେନ୍‌ରେ ଆମେ କେବେ ଯିବୁ ବୋଲି ସାହସ ଜୁଟାଇପାରୁନୁ । ବାହାଘରର ୧୦ ଦିନ ପରେ ବାପାକୁ ହରାଇଥିବା ଝିଅଟି କହୁଛି ଏମିତି କଥା ।

Advertisment

ନୀଳଗିରି ବ୍ଲକ ଅଯୋଧ୍ୟା ଗାଁରେ ଏବେ ବି ସେହି କାଳରାତିକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ସେହି କାଳ ଶୁକ୍ରବାର ଦିନ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଘରର ଏକମାତ୍ର ରୋଜଗାରିଆ ମୁରବିକୁ ହରାଇଛନ୍ତି ଅନେକ ପରିବାର । କାରଣ ଗାଁରେ ଝିଅର ବାହାଘର ବଡ଼ ଆଡମ୍ବରରେ କରିଥିଲେ । ବାହାଘରରେ ଯେମିତି କୌଣସି ଅସୁବିଧା ନହୁଏ ସେଥିଲାଗି ଧାରକରଜ ବି କରିଥିଲେ । ସେଇଥି ଲାଗି ତ ବାହାଘର ସରିବା ପରେ ଚେନ୍ନାଇ ଯାଉଥିଲେ ରୋଜଗାର କରିବା ଲାଗି । ହେଲେ ସବୁ ଉଜାଡିଦେଲା କରମଣ୍ଡଳ ।

ତାରିଖ- ଜୁନ୍‌-୨, ସମୟ- ସଂଧ୍ୟା ୭ଟା, ସ୍ଥାନ-ବାହାନଗା ବଜାର ଷ୍ଟେସନ୍‌ । ହଠାତ୍‌ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ଟ୍ରେନ୍‌ । ଚାହୁଁଚାହୁଁ ଶହଶହ ଲୋକ ପ୍ରାଣ ହରାଇଥିଲେ । ଆଉ ସେହି ଦୁର୍ଘଟଣାରେ ନୀଳଗିରିର ମୋନାଲିସାଙ୍କ ବାପା ସବୁଦିନ ଲାଗି ଆଖି ବୁଜିଥିଲେ । ବାହାଘରର ମାତ୍ର ୧୦ ଦିନ ପରେ ବାପା ଆଖି ବୁଜିଥିବାରୁ ଏବେ ବି କାନ୍ଦିକାନ୍ଦି ଦିନ କାଟୁଛନ୍ତି ମୋନାଲିସା । ଆଉ କହୁଛନ୍ତି ମତେ ବେଳେ ବେଳେ ଲାଗୁଛି ବାପା ଚେନ୍ନାଇରେ ଅଛନ୍ତି ।

Advertisment

ଖାଲି ଝିଅ ନୁହେଁ ବରଂ ଭାଇକୁ ହରାଇ କାନ୍ଦି କାନ୍ଦି ନୟାନ୍ତ ହେଲାଣି ଭଉଣୀ । କହୁଛନ୍ତି, ପ୍ରତିବର୍ଷ ଭାଇକୁ କୁହେ ଯେବେ ଘରକୁ ଆସୁଛ ଆସ କିଛି ନାହିଁ କିନ୍ତୁ ପ୍ରତିବର୍ଷ ରାକ୍ଷୀ ପୁନେଇକୁ ଆସିବ । ହେଲେ ମାସଟା ପରେ ରାକ୍ଷୀ ପୁନେଇ ଏବେ ରାକ୍ଷୀ ମୁଁ କାହା ହାତରେ ବାନ୍ଧିବି? ବାସ୍‌ ଏତିକି କହି କାନ୍ଦି ପକାଉଛନ୍ତି । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶହଶହ ଲୋକଙ୍କର ପ୍ରାଣ ଚାଲିଯାଇଛି । କିଏ ବାପାକୁ ତ କିଏ ଭାଇକୁ ତ ଆଉ କିଏ ସ୍ୱାମୀକୁ ହରାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଆଉ ସେ ଟ୍ରେନ୍‌ ଦୁର୍ଘଟଣାର ପୁନରାବୃତ୍ତି ନହେଉ ବୋଲି କହୁଛି ।

Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ