Advertisment

ଆସିଲା ବାହାନଗା ଟ୍ରେନ୍ ଟ୍ରାଜେଡି ରିପୋର୍ଟ ! ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ ନା ଉଦ୍ଦେଶ୍ୟମୂଳକ ?

ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫ୍‌ଙ୍କ ତ୍ରୁଟି । ରେଲୱେ ସେଫ୍ଟି କମିଶନଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ।

undefined

Train Tragedy

Advertisment

ବାହାନଗା ଷ୍ଟେସନର ରିଲେ ରୁମ୍ । ଟ୍ରେନ୍ ଟ୍ରାଜେଡିର ଖିଅ ଖୋଜି ଖୋଜି, ଶେଷରେ ସେଇଠି ପହଞ୍ଚିଛନ୍ତି ରେଲୱେ ସେଫ୍ଟି କମିଶନର । ସିଆରଏସ୍ ରିପୋର୍ଟରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମାସେ ତଳେ ୨୯୩ ଯାତ୍ରୀଙ୍କ ଜୀବନ ନେଇଥିବା ଟ୍ରେନ୍ ଟ୍ରାଜେଡି ପଛରେ, ସିଗନାଲିଂ ଓ ଟେଲିକମ୍ୟୁନିକେଶନ ଡିପାର୍ଟମେଣ୍ଟ ଓ ରିଲେ ରୁମରେ ତ୍ରୁଟି ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।

Advertisment

ଏହି ରିପୋର୍ଟ ସାର୍ବଜନୀନ ହୋଇନଥିଲେ ମଧ୍ୟ, ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ରିଲେ ରୁମ୍ ଦାୟିତ୍ୱରେ ଥିବା କିଛି ଷ୍ଟାଫ୍‌ଙ୍କ ସହ ଆଉ କିଛି ଡିପାର୍ଟମେଣ୍ଟରେ ତ୍ରୁଟି ରହିଛି। ତେଣେ ରିଲେ ରୁମର ନିରାପତ୍ତା କଡ଼ାକଡ଼ି କରିବାକୁ ଏବଂ ଅନଧିକାର ପ୍ରବେଶ ରୋକିବାକୁ ଡବଲ୍ ଲକିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

ରିଲେ ରୁମରେ ତ୍ରୁଟି ଅନିଚ୍ଛାକୃତ, ନା ଉଦ୍ଦେଶ୍ୟମୂଳକ ? ବାହାନଗା ରେଳ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର ? ଜୁନ୍ ୨ ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ ରେଳ ନିରାପତ୍ତା କମିଶନର ଏ.ଏମ୍. ଚୌଧୁରୀ । ଏହାପରେ ଗତ ଗୁରୁବାର ସେ ତାଙ୍କ ରିପୋର୍ଟକୁ ରେଲୱେ ବୋର୍ଡକୁ ହସ୍ତାନ୍ତର କରିଛନ୍ତି । ଏଥିରେ କେବଳ ଟେକ୍ନିକାଲ ତ୍ରୁଟି ସଂପର୍କରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି । ଦୁର୍ଘଟଣା ପଛରେ ଯଦି କୌଣସି ଅନ୍ତର୍ଘାତୀ ଷଡ଼ଯନ୍ତ୍ର ହୋଇଥାଏ, ସିବିଆଇ ତଦନ୍ତରୁ ଏହା ସ୍ପଷ୍ଟ ହେବ ବୋଲି କମିଶନ ରିପୋର୍ଟରେ ଦର୍ଶାଯାଇଛି।

Advertisment

ତେଣେ ସିବିଆଇ ତଦନ୍ତ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ରେଲୱେ ପକ୍ଷରୁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ସେପଟେ ବାହାନଗା ଟ୍ରେନ୍ ଟ୍ରାଜେଡ଼ି ପରେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ଅନିଲ କୁମାର ମିଶ୍ର ।

ଅନ୍ୟପଟେ ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ବଗି ଗୁଡ଼ିକୁ ପଲିଥିନ ଚଦରରେ ଢାଙ୍କି ଦିଆଯାଇଥିଲେ ବି, ଏହାର ଦାରୁଣ ପରିଣତି ଏବେବି ଜଳଜଳ ଦେଖିବାକୁ ମିଳୁଛି । ମୟୂରଭଞ୍ଜ ମୋରଡ଼ା ବ୍ଲକ୍ ଫୁଟକିଶୋଳ । ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏଇ ଗାଁର ୪ ସାଙ୍ଗଙ୍କ ମଧ୍ୟରୁ ୩ ଜଣଙ୍କ ଶୁଦ୍ଧିକ୍ରିୟା ସରିଥିବା ବେଳେ, ୨୯ ଦିନ ପରେ ଚିହ୍ନଟ ହୋଇ ଗାଁକୁ ଫେରିଛି ଚତୁର୍ଥ ଯୁବକଙ୍କ ଗଳିତ ମୃତଦେହ। ଲୁହରେ ଭାସୁଛନ୍ତି ମୃତକଙ୍କ ବାପା ମାଆ, ପତ୍ନୀ ଓ ଦୁଇପୁଅ ।

Advertisment

ଏଣେ ଭୁବନେଶ୍ୱର ଏମ୍‌ସରେ ୨୯ଟି ମୃତଦେହ ଡିଏନଏ ମ୍ୟାଚ୍ ଦ୍ୱାରା ଚିହ୍ନଟ ହୋଇଥିବା ବେଳେ, ଏବେବି ୫୨ଟି ଶବ କାହାର ବୋଲି ଜଣାପଡ଼ୁନି । ଜଣେ ପଶ୍ଚିମବଙ୍ଗ ବ୍ୟକ୍ତିଙ୍କ ମୃତଦେହ ବିହାର ଲୋକ ଆସି ନେଇଯାଇଥିବା ମଧ୍ୟ ତାଙ୍କ ସଂପର୍କୀୟ ଅଭିଯୋଗ ଆଣିଛନ୍ତି ।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ