Advertisment

‘କାହା କଥା ଶୁଣିଲାନି, ୩ ମାସର ଛୁଆ ମୁହଁକୁ ବି ଚାହିଁଲାନି...ଆଜି ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲା’

ଏମିତି ହୃଦୟ ବିଦାରକ ଘଟଣା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି।

ଅଦ୍ୟତନ ହୋଇଛି
Odisha Train Tragedy

Odisha Train Tragedy

Advertisment

‘ଧନରେ, ତୁ ଆମକୁ ଛାଡ଼ିକି ଯାଆନା। ଆମକୁ ନହେଲା ନାହିଁ ତୋ ୩ ମାସର ଛୁଆ, ସ୍ତ୍ରୀ ମୁହଁକୁ ଅନେଇ ସେମାନଙ୍କ ପାଖରେ ରହ। ବୟସ ହେଲାଣି ମୁଁ ଆଉ ଖଟି ପାରିବିନି । ହେଲେ ସେ କାହା କଥା ଶୁଣିଲା ନାହିଁ। ଏପରିକି ନିଜ ଛୋଟ ଛୁଆର ମୁହଁକୁ ମଧ୍ୟ ସେ ଚାହିଁଲା ନାହିଁ। ଆମ କଥା ନଶୁଣି ସବୁ ମୋହ ମାୟା କାଟି ଆମକୁ ଛାଡ଼ି ପଳେଇଲା। ଘରୁ ଯିବା ପୂର୍ବରୁ ପୁଅକୁ ଧରି କହିଥିଲା- ଧନ ଲୋ ମୁଁ ଯାଉଛି’...ହେଲେ ଆମେ କେବେବି ଭାବି ନଥିଲୁ ସବୁଦିନ ପାଇଁ ସେ ଦୁନିଆ ଛାଡ଼ି ଚାଲିଯିବ। ଗତକାଲିର ଟ୍ରେନ୍ ଦୁର୍ଘଟଣାରେ ପୁଅକୁ ସବୁଦିନ ପାଇଁ ହରାଇବା ପରେ କାନ୍ଦି କାନ୍ଦି ଜଣେ ବୃଦ୍ଧ ଏଭଳି କିଛି କହିଛନ୍ତି।

Advertisment

ସୂଚନା ଅନୁସାରେ, ବାଲେଶ୍ୱରର ରଜନୀକାନ୍ତ ବେହେରା ବାହାରେ ରହି କାମ କରୁଥିଲେ। ୩ ମାସ ପୂର୍ବେ ସେ ଘରକୁ ଆସିଥିଲେ। ୩ ମାସର ଛୁଆ, ସ୍ତ୍ରୀ, ବାପା ଓ ପରିବାର ଲୋକଙ୍କୁ ଛାଡ଼ି ଗତକାଲି ପୁଣି କର୍ମକ୍ଷେତ୍ରକୁ ଯାଉଥିଲେ। ହେଲେ ପରିବାର ଲୋକ ତାଙ୍କୁ ନଯିବା ପାଇଁ ବାରମ୍ବାର ମନା କରିଥିଲେ। ଏଠି ଯେମିତି ଯାହା କାମ କରି କଷ୍ଟରେ ଚଳି ଯିବା ପାଇଁ କହିଥିଲେ।ହେଲେ ସେ କାହା କଥା ଶୁଣିନଥିଲେ। ଏକା ଜିଦ୍‌ ବେଙ୍ଗାଲୁରୁ ଯିବି କାମ କରିବି। ସମସ୍ତଙ୍କ କଥା କାଟି ସେ ଗତକାଲି ଘରୁ ବାହାରି ଯାଇଥିଲେ। ଆଉ କିଛି ସମୟ ପରେ ଖବର ଆସିଲା ଟ୍ରେନ୍‌ ଦୁର୍ଘଟଣା ଘଟିଛି ଓ ଏଥିରେ ତାଙ୍କର ଜୀବନ ଚାଲି ଯାଇଛି।

ସୂଚନାଥାଉ କି, ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।

Advertisment

ଦୁଇଟି ସୁପର୍‌ଫାଷ୍ଟ ଓ ଗୋଟିଏ ମାଲ୍‌ବାହୀ ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଏମିତି ବିଭୀଷିକା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି। ସେହିପରି ଆଉ କେଉଁଠି ପରିବାର ଲୋକଙ୍କ ସହ ଯାତ୍ରା କରୁଥିବା ସବୁ ସଦସ୍ୟ ଏକାଠି ମୃତ୍ୟୁବରଣ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ