Advertisment

ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ ଏହିସବୁ ଟ୍ରେନ୍‌ ବାତିଲ୍‌, ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି...

ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।

ଅଦ୍ୟତନ ହୋଇଛି
Odisha Train Mishap

Odisha Train Mishap

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ।

Advertisment

ଏପରିକି ମାଲ୍‌ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ । ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ୍‌ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର ହାୱାଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା।

ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। 

Advertisment

ଟ୍ରେନ୍‌ ବାତିଲ୍‌ ଓ ରୁଟ୍‌ ପରିବର୍ତ୍ତନ ନେଇ ଲାଟେଷ୍ଟ୍‌ ଅପ୍‌ଡେଟ୍‌...

  • ଆଜି ଓ କାଲି ପାଇଁ ୧୨ଟି ଟ୍ରେନ୍ ବାତିଲ୍‌, ୪ଟି ଟ୍ରେନର ରୁଟ୍ ପରିବର୍ତ୍ତନ
  • ୧୮୦୩୭ ଖଡଗପୁର- ଯାଜପୁର କେନ୍ଦୁଝର ଏକ୍ସପ୍ରେସ୍‌ ବାତିଲ୍‌
  • ହାୱଡା- ଏର୍ନାକୁଲମ୍ ଏକ୍ସପ୍ରେସ୍‌, ଶାଲିମାର- ଚେନ୍ନାଇ କରମଣ୍ଡଳ ବାତିଲ୍
  • ହାୱଡ଼ା- ଭଦ୍ରକ, ଶାଲିମାର- ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବାତିଲ୍‌
  • ହାଇଦ୍ରାବାଦ- ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌ ବାତିଲ୍‌
  • କାଲି ଯାଏ ଯାଜପୁର କେନ୍ଦୁଝର ରୋଡ୍- ଖଡଗପୁର ଏକ୍ସପ୍ରେସ୍‌ ବାତିଲ୍
  • ଚେନ୍ନାଇ- ହାୱଡା ସୁପରଫାଷ୍ଟ, ପୁରୀ- ଡେରାଡୁନ୍ ଏକ୍ସପ୍ରେସ୍‌ ବାତିଲ୍‌
  • କାଲି ଭଦ୍ରକ- ହାୱଡା ଏକ୍ସପ୍ରେସ୍‌, ପାଟଣା- ପୁରୀ ଏକ୍ସପ୍ରେସ୍‌ ବାତିଲ୍‌
  • ପୁରୀ- ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ଉଭୟ ପଟୁ ବାତିଲ୍‌
  • କନ୍ୟାକୁମାରୀ- ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ୍‌ ଟିଟିଲାଗଡ଼ ଦେଇ ଯିବ
  • ପୁରୀ- ରିଷିକେଶ କଳିଙ୍ଗ ଏକ୍ସପ୍ରେସ୍‌ ସମ୍ବଲପୁର ସିଟି ଦେଇ ଯିବ
  • ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଯଖପୁରା ଦେଇ ଯିବ
  • ପୁରୀ- କାମାକ୍ଷା ଏକ୍ସପ୍ରେସ୍‌ କଟକ- ସମ୍ବଲପୁର-ଝାରସୁଗୁଡ଼ା ଦେଇ ଯିବ

ଟ୍ରେନ୍‌ ଦୁର୍ଘଟଣା ନେଇ ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି...

  • ହାୱଡା- ୦୩୩-୨୬୩୮୨୨୧୭
  • ସାଲିମାର- ୯୯୦୩୩୭୦୭୪୬
  • ଖଡ଼ଗପୁର-୮୯୭୨୦୭୩୯୨୫ , ୯୩୩୨୩୯୨୩୩୯
  • ବାଲେଶ୍ୱର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨
  • ସାନ୍ତ୍ରାଗାଛି- ୮୧୦୯୨୮୯୪୬୦, ୮୩୪୦୬୪୯୪୬୯
  • ଭଦ୍ରକ- ୭୮୯୪୦୯୯୫୭୯, ୯୩୩୭୧୧୬୩୭୩
  • ଯାଜପୁର-କେନ୍ଦୁଝର ରୋଡ୍‌- ୯୬୭୬୯୭୪୩୯୮
  • କଟକ- ୮୪୫୫୮୮୯୯୧୭, ଭୁବନେଶ୍ୱର- ୦୬୭୪୨୫୩୪୦୨୭
  • ଖୋର୍ଦ୍ଧା ରୋଡ୍‌- ୬୩୭୦୧୦୮୦୪୬, ୦୬୭୪୨୪୯୨୨୪୫
Advertisment

ଏହିସବୁ ଟ୍ରେନ୍‌ ମଧ୍ୟ ବାତିଲ୍‌...

  • 18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍
  • 20890 ତିରୁପତି-ହାୱଡା ଏକ୍ସପ୍ରେସ୍
  • 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ
  • 12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ 
  • 12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍
  • 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ
  • 08415/08416 ଜେନାପୁର-ପୁରୀ-ଜେନାପୁର
  • 08439 ପୁରୀ-ପାଟନା ସ୍ପେଶାଲ 
  • 12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ 
  • 08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ 
  • 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ
  • 08063 ଖଡଗପୁର-ଭଦ୍ରକ ସ୍ପେଶାଲ୍
  • 08064 ଭଦ୍ରକ-ଖଡଗପୁର ସ୍ପେଶାଲ୍
  • 18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌
  • 20889 ହାୱଡା-ତିରୁପତି ଏକ୍ସପ୍ରେସ୍‌
  • 12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ୍‌
  • 12703 ହାୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ୍‌
  • 22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌
  • 22896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍
  • 18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ୍‌
  • 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍
  • 22890 ପୁରୀ-ଦୀଘା ଏକ୍ସପ୍ରେସ୍
  • 22889 ଦୀଘା-ପୁରୀ ଏକ୍ସପ୍ରେସ୍
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ